ଜନ୍ମକଲା ପୁଅକୁ ମାରିଲା ମାଆ

ପିଶାଚୀ ସାଜିଲା ଜନ୍ମଦାତ୍ରୀ । ଜନ୍ମକଲା ପୁଅକୁ ମାରିଲା ମାଆ । ବ୍ରହ୍ମପୁର ସହରର ବିଜିପୁର ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ବଡସାହି ଅଞ୍ଚଳର ଜଣେ ମହିଳା କୋୖଣସି କାରଣରୁ ରାଗିଯାଇଥିଲେ । ପରେ ରାଗରେ ନିଜ ୭ ବର୍ଷର ପୁଅକୁ ପୋଖରୀ ଭିତରକୁ ଠେଲିଦେଇଥିଲେ । ପିଲାଟିକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ ସ୍ଥାନୀୟ ଲୋକ । ଚିକିତ୍ସାଧୀନ ଅବସ୍ଥାରେ ପିଲାଟିର ମୃତ୍ୟୁ ହୋଇଛି । ଅଭିଯୁକ୍ତ ମାଆକୁ ଗିରଫ କରି ପଚରାଉଚରା କରାଯାଉଥିବା ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି।

Spread the love