ପୁଅ ମୁଣ୍ଡରେ ସିନ୍ଦୂର ଲଗାଇ ଟାଙ୍ଗିଆରେ ଦୁଇ ଗଡ କରିଦେଲା ମା’

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ବିମଳା ପଞ୍ଚାୟତ ଅନ୍ତର୍ଗତ ନମକାନି ଜୁଆଙ୍ଗ ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ମହିଳା ତାଙ୍କର ଜନ୍ମକଲା ୧ ମାସର ଶିଶୁ ପୁତ୍ରକୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶଵ ଜବତ କରିବା ସହିତ ହତ୍ୟାକାରୀ ମା’କୁ ଗିରଫ କରିଛି। ଗିରଫ ମହିଳା ଜଣକ ହେଲେ ଗୁରୁ ଜୁଆଙ୍ଗଙ୍କ ପତ୍ନୀ ଲକ୍ଷ୍ମୀ ଜୁଆଙ୍ଗ।

ସୂଚନା ଅନୁଯାୟୀ, ନମକାନି ଜୁଆଙ୍ଗ ସାହିର ଗୁରୁ ଜୁଆଙ୍ଗ ଘର ଭିତରେ ଶୋଇଥିଲେ। ହଠାତ ଛୁଆର କାନ୍ଦ ଶୁଣି ବାହାରକୁ ଆସି ଦେଖିବା ବେଳକୁ କଅଁଳା ଛୁଆକୁ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ଜୁଆଙ୍ଗ ଏକ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି।  ଦିନ ପ୍ରାୟ ୧୧ଟା ବେଳେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।

୪ ବର୍ଷ ପୂର୍ବେ ଲକ୍ଷ୍ମୀ ତା’ର ପ୍ରଥମ ସନ୍ତାନ ଏକ ବର୍ଷର ଝିଅକୁ ପାଣିରେ ବୁଡାଇ ମାରି ଦେଇଥିଲେ। ସେହି ଅପରାଧରେ ସେ ଜେଲ ମଧ୍ୟ ଯାଇଥିଲେ | କିଛିଦିନ ତଳେ ଜେଲରୁ ମୁକୁଳିଥିବା ବେଳେ ଆଜି ଶିଶୁପୁତ୍ର ମଥାରେ ସିନ୍ଦୂର ଲଗାଇ ଟାଙ୍ଗିଆରେ ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପୁଲିସ ହତ୍ୟାକାରୀ ମା’କୁ ଗିରଫ କରିଛି। ପୁଲିସ ଓ ସାଇଣ୍ଟିଫିକ ଟିମ୍ ତଦନ୍ତ ପରେ ଘଟଣା ସମ୍ପର୍କରେ ଅଧିକ ଜଣାପଡିବ।

Spread the love