ଖେଳାଳିଙ୍କ ବଦଳରେ ଜର୍ସିରେ ମିଳିବ ସେମାନଙ୍କ ମା’ଙ୍କ ନାମ

ପୁନେ: ଆଜି ଆଇପିଏଲର ୫୩ ତମ ମ୍ୟାଚ ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଲଖନଉ ସୁପର ଜିଆଣ୍ଟସ୍ ଏବଂ କୋଲକାତା ନାଇଟ୍ ରାଇଡର୍ସ ଦଳ ମୁହାଁମୁହିଁ ହେବେ। ଏହି ମ୍ୟାଚରେ ସୁପର ଜିଆଣ୍ଟସ୍ ଖେଳାଳିମାନେ ସେମାନଙ୍କ ମାଆଙ୍କ ନାମର ଜର୍ସି ପିନ୍ଧିବେ। ଏହି ନୂତନ ଆଇପିଏଲ୍ ଫ୍ରାଞ୍ଚାଇଜ୍ ଚଳିତ ସିଜିନରେ ଦମଦାର ପ୍ରଦର୍ଶନ କରିଛି। ଆଉ ଆସନ୍ତାକାଲି ମାତୃ ଦିବସ ପାଳନ ହେବାକୁ ଥିବାବେଳେ ମାତୃ ଦିବସର ଗୋଟିଏ ଦିନ ପୂର୍ବରୁ ଏହାକୁ ସୁପର ଜିଆଣ୍ଟସ ପାଳନ କରିବାକୁ ନିଷ୍ପତ୍ତି ନେଇଛି।ଲଖନଉ ସୁପର ଜିଆଣ୍ଟସ୍ ଆଜି ସେମାନଙ୍କର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛି। ଭିଡିଓରେ, ଖେଳାଳିଙ୍କ ଜର୍ସି ପଛରେ ସେମାନଙ୍କ ମା’ଙ୍କ ନାମ ଲେଖାଯାଇଛି। ଫ୍ରାଞ୍ଚାଇଜ୍ ଏହି ଭିଡିଓର କ୍ୟାପସନ୍ ଲେଖିଛି, ‘ଏହା ତୁମ ପାଇଁ ମା’। ଏହି ଜର୍ସିର ପଛ ଭାଗରେ ଖେଳାଳିଙ୍କ ମା’ଙ୍କ ନାମ କମଳା ରଙ୍ଗରେ ଲେଖାଯାଇଛି।ଲଖନଉ ସୁପର ଜିଆଣ୍ଟସ୍ ଦଳ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ଅଛି। ଏଭଳି ପରିସ୍ଥିତିରେ ଏହି ଦଳ ମ୍ୟାଚ୍ ଜିତି ନିଜର ସ୍ଥିତିକୁ ମଜବୁତ କରିବାକୁ ଚାଁହୁଛି। ଅନ୍ୟପକ୍ଷରେ, କୋଲକାତା ନାଇଟ୍ ରାଇଡର୍ସ ପାଇଁ ଆଜି କର ବା ମର ଭଳି ସ୍ଥିତି ରହିଛି।

Spread the love