ରାମ ମନ୍ଦିର ଉଦଘାଟନ ପୂର୍ବରୁ ମୋଦୀଙ୍କ ସାମ୍ନାରେ ଏହି ଦାବି ରଖିଲେ ମୁସଲମାନ ସମୁଦାୟ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ଏବେ ପ୍ରସ୍ତୁତ ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୨ ଜାନୁଆରୀରେ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବେ | ତେବେ ମନ୍ଦିର ଉଦଘାଟନ ପୂର୍ବରୁ ଅଲ ଇଣ୍ଡିଆ ମୁସଲିମ ଜାମାତର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୋୖଲାନା ମୁଫତି ଶାହାବୁଦ୍ଦିନ ରଜଭି ଏକ ବଡ ଦାବି କରିଛନ୍ତି। ମୌଲାନା କହିଛନ୍ତି ଯେ ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା ସହ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ପ୍ରସ୍ତାବିତ ଜମିରେ ଏକ ନୂତନ ମସଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ଉଚିତ। ଅଯୋଧ୍ୟାରେ ଥିବା ରାମ ମନ୍ଦିର ବଦଳରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଅନ୍ୟ ଏକ ସ୍ଥାନରେ ମସଜିଦ ନିର୍ମାଣ ପାଇଁ ପାଞ୍ଚ ଏକର ଜମି ଦିଆଯାଇଛି, ଯେଉଁଥିରେ ମସଜିଦ ନିର୍ମାଣ କାର୍ଯ୍ୟ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ମୌଲାନା ଶାହାବୁଦ୍ଦିନ ରଜଭି କହିଛନ୍ତି ଯେ ମୁସଲମାନମାନେ କେନ୍ଦ୍ରୀୟ ୱାକଫ ବୋର୍ଡ ଉପରୁ ବିଶ୍ୱାସ ହରାଇଛନ୍ତି। ଆମେ ଚାହୁଁ କାବା ସରିଫ ଇମାମଙ୍କ ବଦଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଉ।

ତେଣୁ ଜାନୁଆରୀ ୨୨ ରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ସମୟ ନେବା ପରେ ନୂତନ ବାବ୍ରି ମସଜିଦ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ମଧ୍ୟ ରଖାଯିବା ଉଚିତ ବୋଲି ମୌଲାନା କହିଛନ୍ତି | ତାଙ୍କର ସୂଚନା ମୁତାବକ ସୁପ୍ରିମକୋର୍ଟ ମସଜିଦ ପାଇଁ ଧନିପୁର ଜିଲ୍ଲା ଫୈଜାବାଦରେ ୫ ଏକର ଜମି ଦିଆଯାଇଛି | କିନ୍ତୁ, ମସଜିଦ ନିର୍ମାଣ ପାଇଁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ। ଯାହା ଏକ ଦୁଃଖର ବିଷୟ, ଅନ୍ୟପକ୍ଷରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୨ ଜାନୁଆରୀରେ ଏହାର ଉଦଘାଟନ କରିବାକୁ ଯାଉଛନ୍ତି। ମୌଲାନା କହିଛନ୍ତି ଯେ ମୁସଲମାନମାନେ ସୁନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡ ଉପରୁ ବିଶ୍ୱାସ ହରାଇଛନ୍ତି। ତେଣୁ ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ କାବା ସରିଫ ଇମାମଙ୍କ ବଦଳରେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରି ସମୟ ନିଆଯିବା ଉଚିତ କାରଣ ସେ ଜାନୁଆରୀ ୨୨ରେ ଅଯୋଧ୍ୟାରେ ଉପସ୍ଥିତ ରହିବେ, ତେଣୁ ଧାନିପୁର ମସଜିଦ ଯିବା ତାଙ୍କ ପାଇଁ ଅତି ସହଜ ହେବ।

Spread the love