ମଧ୍ୟପ୍ରଦେଶର କାଟନି ଜିଲ୍ଲାରେ ଦୁର୍ଘଟଣା

ଭୋପାଳ: ମଧ୍ୟପ୍ରଦେଶ କାଟନି ଜିଲ୍ଲାରେ ଦୁର୍ଘଟଣା । ସ୍ଲିମ୍ନାବାଦ ନିକଟରେ ଏକ ନିର୍ମାଣାଧୀନ ଟନେଲ ହଠାତ୍‍ ଭୁଶୁଡ଼ି ପଡ଼ିଛି । ଫଳରେ ସେଠାରେ କାମ କରୁଥିବା ୯ଜଣ ଶ୍ରମିକ ମାଟିତଳେ ଚାପି ହୋଇ ରହିଯାଇଥିଲେ । ସୂଚନା ମୁତାବକ ଟନେଲ ଭିତରେ ଫସି ରହିଥିବା ୯ଜଣ ଶ୍ରମିକଙ୍କ ମଧ୍ୟରୁ ୭ଜଣଙ୍କୁ ଉଦ୍ଧାର କରାଯାଇଛି । ଏବେ ବି ମାଟି ତଳେ ଫସି ରହିଛନ୍ତି ୨ ଶ୍ରମିକ । ସେମାନଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରାଯାଉଛି । ମାଟିତଳୁ ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କ ଅବସ୍ଥା ସାମାନ୍ୟ ଗୁରୁତର ହୋଇଥିବା ଜଣାପଡ଼ିଛି । ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।  ସବୁଠାରୁ ବଡ଼ କଥା ହେଉଛି ମାଟି ତଳେ ଏବେ ବି ଫସି ରହିଥିବା ୨ ଶ୍ରମିକ ଜୀବିତ ଥିବା ସୂଚନା ଦେଇଛନ୍ତି ଏସଡିଏମ । ସେମାନଙ୍କୁ ସୁରକ୍ଷୀତ ଅବସ୍ଥାରେ ଉଦ୍ଧାର କରାଯିବା ନେଇ କାର୍ଯ୍ୟ ଚାଲିଛି । ତେବେ ଗତକାଲି ନର୍ମଦା ଘାଟି କେନାଲ ପ୍ରକଳ୍ପ ଅଧୀନରେ ଅଣ୍ଡରଗ୍ରାଉଣ୍ଡ କେନାଲ କାମ ଚାଲିଥିବା ବେଳେ ଶନିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

Spread the love