ବରମୁଣ୍ଡା ବସଷ୍ଟାଣ୍ଡ ପରିଦର୍ଶନ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର : ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତାପଷଡ଼ଙ୍ଗୀ ଆଜି ସକାଳୁ ସ୍ଥାନୀୟ ଅନୁଷ୍ଠାନ ଗୁଡିକର ଅନୁରୋଧ କ୍ରମେ ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ବସଷ୍ଟାଣ୍ଡ ପରିଦର୍ଶନ କରି ସେମାନଙ୍କର ସମସ୍ୟା ବୁଝି ଥିଲେ । ବସଷ୍ଟାଣ୍ଡର ନବୀକରଣ ଚାଲିଥିବା ବେଳେ ଏଠାରେ ୧୧୮ଟି ବ୍ୟବସାୟୀ ପରିବାର ୩୨ଟି କୁଲି ପରିବାରର ବିଭିନ୍ନ ସମସ୍ୟା କୁ ରାଜ୍ୟ ସରକାର ଧ୍ୟାନ ଦେଉ ନାହାନ୍ତି । ଦୀର୍ଘ ଦିନ ଧରି ଦୋକାନ କରିଥିବା ସ୍ଥାଇ ଦୋକାନୀ ମାନଙ୍କୁ ତରବରିଆ ଭାବରେ ଥଇଥାନ ର ବ୍ୟବସ୍ଥା ନ କରି ସେମାନଙ୍କୁ ସେଠାରୁ ଉଠାଇ ଦେବା ପାଇଁ ରାଜ୍ୟ ସରକାର ତରଫ ରୁ ନିର୍ଦେଶ ଆସିଛି । ବସଷ୍ଟାଣ୍ଡ ର କାର୍ୟ୍ୟ କରୁଥିବା କୁଲି ମନେ ମଧ୍ୟ ବସ ଚାଲୁନଥିବା ଯୋଗୁ ବହୁତ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ସାଂସଦ ମୋହଦୟା ସେମାନଙ୍କ ର ସମସ୍ୟା କୁ ରାଜ୍ୟ ସରକାର ଙ୍କ ନିକଟରେ ଉପସ୍ଥାପନ କରିବାର ପ୍ରତିଶ୍ରୁତି ଦେଇଛନ୍ତି ଏବଂ ସମସ୍ୟା ର ସମାଧାନ କିପରି ହେବ ସେଠି ପ୍ରତି ଗୁରୁତ୍ୱ ଆରୋପ କରିଛନ୍ତି ।

Spread the love