ରାଜ୍ୟସ୍ତରୀୟ ବନମହୋତ୍ସବ : ଅପରାଜିତାଙ୍କ ଆକ୍ଷେପ, ଅଶୋକଙ୍କ ଉତ୍ତର

ରାଜ୍ୟସ୍ତରୀୟ ବନ ମହୋତ୍ସବକୁ ନିମନ୍ତ୍ରଣ ନକରିବାକୁ ପ୍ରସଙ୍ଗରେ ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ସ୍ଥାନୀୟ ସାଂସଦ ଓ କର୍ପୋରେଟରଙ୍କୁ ନିମନ୍ତ୍ରଣ ନକରିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଅପରାଜିତା । ରାଜ୍ୟ ସରକାର ଡରୁଛନ୍ତି ଓ ସଂକୀର୍ଣ୍ଣ ମାନସିକତାର ପରିଚୟ ଦେଉଛନ୍ତି । ଏହାର କାରଣ ଜାଣିବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବେ । ପୂର୍ବରୁ ମଧ୍ୟ ରାଜଧାନୀ ପ୍ରତିଷ୍ଠା ଦିବସରେ ତାଙ୍କୁ ଡକାଯାଇନଥିଲା ।

ସେତେବେଳେ ମଧ୍ୟ ସେ ଅଭିଯୋଗ କରିଥିଲେ । ପୁଣି ଏହାର କାହିଁକି ପୁନରାବୃତ୍ତି ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି । ସେପଟେ ଅପରାଜିତାଙ୍କ ଆପେକ୍ଷ ଉପରେ ସଫେଇ ରଖିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । କହିଛନ୍ତି, କଳିଙ୍ଗ ନଗର କେନ୍ଦ୍ରୀୟ ବିଦ୍ୟାଳୟ ସମୟରେ ମଧ୍ୟ ତାଙ୍କୁ ଡକାଯାଇନଥିଲା କି ନିମନ୍ତ୍ରଣ କାର୍ଡ ଦିଆଯାଇନଥିଲା । କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ମୁଖ୍ୟମନ୍ତ୍ରୀ କୋଟିଏ ପଚିଶ ଲକ୍ଷ ଟଙ୍କା ଦେବା ସହ ଜାଗା ଦେଇଥିଲେ । ସେତେବେଳେ ତାଙ୍କୁ କିମ୍ବା ସ୍ଥାନୀୟ କର୍ପୋରେଟରଙ୍କୁ ଡକାଯାଇନଥିଲା ବୋଲି କହିଛନ୍ତି ।

Spread the love