କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଲେ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ, ୦୭/୦୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବାକୁ ଥିବା ନେତାଙ୍କ ତାଲିକା ଜାରି ହେବା ପରେ ଏବେ ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହୋଇଛି । ରାଷ୍ଟ୍ରପତି ଭବନରେ ଏ ନେଇ ସମାରୋହ ଆୟୋଜନ କରାଯାଇଛି । ପ୍ରଥମେ କ୍ୟାବିନେଟ୍‌ ମନ୍ତ୍ରୀ ମାନେ ଶପଥ ଗ୍ରହଣ କରୁଛନ୍ତି । ଏହି କ୍ରମରେ ୬ ନମ୍ୱର ସ୍ଥାନରେ ଥିବା ଓଡ଼ିଶାର ସାଂସଦ ଅଶ୍ୱିନୀବୈଷ୍ଣବଙ୍କୁ କ୍ୟାବିନେଟ୍‌ ପାହ୍ୟା ମିଳିଥିବା ବେଳେ ସେ ରାଷ୍ଟ୍ରପତି ଭବନରେ ଶପଥ ନେଇଛନ୍ତି ।

ସର୍ବମୋଟ ୪୩ ଜଣଙ୍କ ନାମ ଏହି ତାଲିକାରେ ଥିବା ବେଳେ ଓଡ଼ିଶାର ଦୁଇ ନେତାଙ୍କ ନାମ ଏଥିରେ ସ୍ଥାନ ପାଇଥିଲା । ବେଜିପି ସାଂସଦ ଅଶ୍ୱିନୀ ବୈଷ୍ଣବ ଏବଂ ସାଂସଦ ବିଶେଶ୍ୱର ଟୁଡୁଙ୍କ ନାମ ଏଥିରେ ରହିଥିଲା । ଅଶ୍ୱିନୀ ତାଲିକାର ଷଷ୍ଠ ସ୍ଥାନରେ ରହିଥିବା ବେଳେ ବିଶେଶ୍ୱର ତାଲିକାର ୩୮ତମ ସ୍ଥାନରେ ରହିଥିଲେ ।  

Spread the love