ସାଂସଦ ଭର୍ତୃହରି ମହତାବ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ

ଗୋଟିଏ ମଂଚରେ ନଜର ଆସିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ଭର୍ତୃହରି ମହତାବ । ଅଭିଭାଷଣ ଦେଇ ଦୁଇ ନେତା ପରସ୍ପରକୁ ପ୍ରଶଂସା କରିଛନ୍ତି । କଟକ ରେଭେନ୍ସା ବାଳିକା ବିଦ୍ୟାଳୟର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ସାଂସଦ ଭର୍ତୃହରି ମହତାବ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶଂସା କରି କହିଥିଲେ, କେନ୍ଦ୍ରମନ୍ତ୍ରୀ ଆଗକୁ ବଢିବାକୁ ଚାହୁଁଥିଲେ ଯଦି କିଏ ତାଙ୍କୁ ଫାଉଲ ମାରିବାକୁ ଚେଷ୍ଟା କରେ ତେବେ ସେ ତାକୁ ମୁକାବିଲା କରିବାକୁ ମଧ୍ୟ ଦକ୍ଷତା ରଖନ୍ତି । ଏହାପରେ କେନ୍ଦ୍ରମନ୍ତ୍ରୀ ଅଭିଭାଷଣ ଦେବା ବେଳେ ସାଂସଦ ଭର୍ତୃହରି ମହତାବଙ୍କୁ ପ୍ରଶଂସା କରିଥିଲେ । ଧର୍ମେନ୍ଦ୍ର ପ୍ରଧାନ କହିଥିଲେ କଟକ ସାଂସଦ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରିୟ ଲୋକ । କଟକରେ କୌଣସି ସଭା ହେବ ଆଉ ଭର୍ତୃହରି ନଥିବେ ଏହା ହୋଇନପାରେ । ପୂର୍ବରୁ ମଧ୍ୟ କଟକ ସାଂସଦ ଭର୍ତୃହରି ମହତାବ ବିଜେପି ପଟକୁ ଢଳୁଥିବା ଚର୍ଚ୍ଚା ହୋଇଆସୁଥିଲା । ଏବେ ନିର୍ବାଚନକୁ ମାତ୍ର କେଇ ମାସ ବାକି ଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସା କରିବା ଚର୍ଚ୍ଚା ସୃଷ୍ଟି କରିଛି ।

Spread the love