କେନ୍ଦ୍ରମନ୍ତ୍ରୀ ହେବେ ବିଶ୍ୱେଶ୍ୱର ଟୁଡୁ ଓ ଅଶ୍ୱିନୀ ବୈଷ୍ଣବ !

ନୂଆଦିଲ୍ଲୀ, ୭/୭ : ଆଜି ସଂଧ୍ୟାରେ କେନ୍ଦ୍ରମନ୍ତ୍ରିମଣ୍ଡଳ ସଂପ୍ରସାରଣ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ବାସଭବନରେ ଲାଗିଲାଣି ହେବିଓ୍ୱେଟଙ୍କ ଭିଡ । କାହାକୁ ମିଳିବ ଚାନ୍ସ, କିଏ ହେବ ମନ୍ତ୍ରୀ ସେନେଇ ଅନେକ କଳ୍ପନା ଜଳ୍ପନା ଚାଲିଛି । ନୂଆ ମନ୍ତ୍ରିମଣ୍ଡଳରେ ୬ କ୍ୟାବିନେଟ୍ ସହ ୨୦ ନୂଆ ମନ୍ତ୍ରୀଙ୍କୁ ସ୍ଥାନ ମିଳିପାରେ । ଯୁବ ଏବଂ ନୂଆ ଚେହେରାଙ୍କୁ ପ୍ରାଧାନ୍ୟ ଦିଆଯାଇପାରେ ।

ତେବେ ମୋଦିଙ୍କ ଏହି ଡ୍ରିମ ଟିମରେ ଓଡିଆ ସାଂସଦଙ୍କୁ ଚାନ୍ସ ମିଳିବ ବୋଲି ଚର୍ଚ୍ଚା ହେଉଛି । ମୟୁରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ହୋଇପାରନ୍ତି କେନ୍ଦ୍ରମନ୍ତ୍ରୀ । କାରଣ ତାଙ୍କର RTPCR  ଟେଷ୍ଟ ସରିଲାଣି । ଏବେ ସେ ଦିଲ୍ଲୀରେ ଅଛନ୍ତି । ଏହାସହ ରେସରେ ଅଶ୍ୱିନୀ ବୈଷବଙ୍କୁ ମିଳିପାରେ ଚାନ୍ସ । ତାଙ୍କର ମଧ୍ୟ RTPCR  ଟେଷ୍ଟ ସରିଲାଣି ।  ସନ୍ଧ୍ୟା ୬ଟାରେ ହେବ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ । ଦେଶର ଇତିହାସରେ ସବୁଠୁ ୟଙ୍ଗ ହୋଇପାରେ ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳ । ମୋଦି କ୍ୟାବିନେଟ୍ ର ହାରାହାରି ବୟସ କମ ରହିବ । ମନ୍ତ୍ରୀ ପଦ ଲାଗି ଶିକ୍ଷାଗତ ଯୋଗ୍ୟତାକୁ ପ୍ରାଧାନ୍ୟ ଦିଆଯିବ । ରାଜ୍ୟ ଏବଂ ରାଜ୍ୟର ବିଭିନ୍ନ ଅଞ୍ଚଳ ଉପରେ ଗୁରୁତ୍ବ ରହିବ । ଦଳିତ ଏବଂ ପଛୁଆ ବର୍ଗର ପ୍ରତିନିଧିତ୍ବ ବଢ଼ିପାରେ । ପ୍ରଶାସନିକ ଅନୁଭବ ଥିବା ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରେ । ମନ୍ତ୍ରିମଣ୍ଡଳରେ ମହିଳା ପ୍ରତିନିଧିତ୍ବ ବୃଦ୍ଧି ନେଇ ମଧ୍ୟ ଚର୍ଚ୍ଚା ହେଉଛି ।

Spread the love