ଲକ୍‌ଡାଉନ୍‌ରେ ମର୍ଣ୍ଣିଂ ଓ୍ଵାକ୍ ଓ ସାଇକ୍ଲିଂ ସଂପୂର୍ଣ୍ଣ ମନା

କରୋନା ମୁକାବିଲା ପାଇଁ ରାଜ୍ୟରେ ମେ ୧୯ ଯାଏଁ ଲକ୍‌ଡାଉନ୍‌ ଜାରି ରହିଛି। ଲକ୍‌ଡାଉନ୍ ସମୟରେ ଭୁବନେଶ୍ଵର ରାଜଧାନୀବାସୀଙ୍କୁ ସକାଳ ସମୟରେ ମର୍ଣ୍ଣିଂ ଓ୍ଵାକ୍ ଓ ସାଇକ୍ଲିଂ ମନା କରାଯାଇଛି। ଲକ୍‌ଡାଉନ୍‌ ଲକ୍‌ଡାଉନ୍‌ରେ ମର୍ଣ୍ଣିଂ ଓ୍ଵାକ୍ ଓ ସାଇକ୍ଲିଂକୁ ସଂପୂର୍ଣ୍ଣ ମନା କରାଯାଇଥିବା ବରିଷ୍ଠ ପୋଲିସ ଅଧିକାରୀ ଗୁରୁବାର ସୂଚନା ଦେଇଛନ୍ତି।

କଟକ-ଭୁବନେଶ୍ଵର ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହାର ସୂଚନା ଦେଇଛନ୍ତି। ସେ କହିଛନ୍ତି, କିଛି ଲୋକ ଏସବୁ କରି ଗାଇଡ୍‌ଲାଇନ୍‌ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଛି। ରାସ୍ତା ଉପରକୁ ଆସି ଗହଳି କରିବା ଲକ୍‌ଡାଉନ୍‌ର ଉଦ୍ଦେଶ୍ୟ ନୁହେଁ। ତେଣୁ ଲକ୍‌ଡାଉନ୍ ବେଳେ ପ୍ରାତଃ ଭ୍ରମଣ ଓ ସାଇକ୍ଲିଂ ନକରିବାକୁ ପୋଲିସ କମିଶନର କହିଛନ୍ତି।

ବରିଷ୍ଠ ପୋଲିସ ଅଧିକାରୀଙ୍କ ଅନୁଯାୟୀ, ବରିଷ୍ଠ ନାଗରିକଙ୍କ ସୁବିଧା ପାଇଁ ହେଲ୍‌ଲାଇନ୍ ନମ୍ବର  ଜାରି କରାଯାଇଛି। ହେଲ୍‌ଲାଇନ୍ ନମ୍ବର ୮୦୯୩୦୨୮୧୦୦ରେ କଲ୍ କରି ସହାୟତା ଲୋଡି ପାରିବେ। ଏହାବାଦ୍ ମହାମାରୀ ସମୟରେ କଳାବଜାରୀ କରୁଥିବା ଅସାଧୁ ବ୍ୟବସାୟୀଙ୍କୁ ଏଡିଜି ଯଶୋବନ୍ତ ଜେଠଓ୍ଵା ଚେତାବନୀ ଦେଇଛନ୍ତି। କରୋନା ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏପରିକି କୌଣସି ହସ୍ପିଟାଲ ଅଧିକ ଅର୍ଥ ନେଉଥିଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ। ଏହାକୁ ଦୃଷ୍ଟିରେ ରଖି ୨୨ଟି ଫ୍ଲାଇଂ ସ୍କ୍ଵାଡ ଗଠନ କରାଯାଇଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଭୁବନେଶ୍ଵରରେ ଲାଗୁ ହୋଇଥିବା ସଟ୍‌ଡାଉନ୍‌ ସମୟରେ ରାଜଧାନୀବାସୀଙ୍କୁ ମର୍ଣ୍ଣିଂ ଓ୍ଵାକ୍ ଓ ସାଇକ୍ଲିଂ ପାଇଁ ସକାଳେ ଏକ ଘଣ୍ଟା କୋହଳ ଦିଆଯାଇଥିଲା। ତେବେ ଲୋକେ ଲକ୍‌ଡାଉନ୍‌ରେ ମଧ୍ୟ ଏହାକୁ ଜାରି ରଖିଥିଲେ।

Spread the love