ସୁସ୍ଥ ରହିବା ଲାଗି ଦୈନିକ କେତେ ପାଦ ଚାଲିବା ଜରୁରି, ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଲୋକଙ୍କୁ ଅଧିକରୁ ଅଧିକ ଚାଲିବା ଲାଗି ପରାମର୍ଶ ଦେଇଥାନ୍ତି।  ମଣିଷ ଯେତେ ଚାଲିବ ସ୍ୱାସ୍ଥ୍ୟ ଲାଗି ସେତେ ହିତକର। ହେଲେ ଜଣେ ସୁସ୍ଥ ରହିବା ଲାଗି ଦୈନିକ ଅନୁନ୍ୟ କେତେ ପାଦ ଚାଲିବା ଜରୁରି ଆସନ୍ତୁ ଜାଣିବା। ୧୯୬୪ ଟୋକିଓ ଅଲିମ୍ପିକ୍‌ ପରେ ଏକ ଘଡ଼ି ନିର୍ମାଣକାରୀ କମ୍ପାନୀ ଲୋକଙ୍କ ଲାଗି ପେଡୋମିଟର ଥିବା ଘଡ଼ି ବଜାରକୁ ଛାଡିଥିଲେ। ଯେଉଁଥିରେ ପ୍ରତି ବ୍ୟକ୍ତି ଲାଗି ଦୈନିକ ୧୦ ହଜାର ପାଦ ଚାଲିବା ଲକ୍ଷ ନିର୍ଦ୍ଧାରଣ କରାଯାଇଥିଲା।

ସ୍ୱାସ୍ଥ୍ୟ ବିଶେଷଜ୍ଞ ମଧ୍ୟ ଲୋକେ ନିଜକୁ ସୁସ୍ଥ ରଖିବା ଲାଗି ଦୈନିକ ୧୦ ହଜାର ପାଦ ଚାଲିବା ନିତ୍ୟାନ୍ତ ଆବଶ୍ୟକ। ଏଥିପାଇଁ କେହି ଯଦି ଦୈନିକ ୪୦ ମିନିଟ୍‌ ଚାଲନ୍ତି ତେବେ ଏହି ଲକ୍ଷ ପୂରଣ ହୋଇପାରିବ। ୨୦୧୯ରେ କରାଯାଇଥିବା ଏକ ଅଧ୍ୟୟନରୁ ୧୯୭୦ ଦଶକରେ ଦୈନିକ ଅନୁନ୍ୟ ୪ ହଜାର ୪୦୦ ପାଦ ଚାଲୁଥିବା ମହିଳାଙ୍କ ଠାରେ ଆକଶ୍ମିକ ମୃତ୍ୟୁ ଭୟ ଅନୁନ୍ୟ ୪୦ ପ୍ରତିଶତ କମ ଥିଲା। ଏଥିରୁ ଅଧ୍ୟାୟନକାରୀମାନେ ଦୈନିକ ୫ ହଜାର ପାଦ ଚାଲୁଥିବା ମହିଳାଙ୍କ ଅସମୟ ମୃତ୍ୟୁ ହାର ମଧ୍ୟ କମ ଥିବା ଜାଣିବାକୁ ପାଇଥିଲେ।

ଏଣୁ ଯେଉଁମାନେ ଦୈନିକ ଅନୁନ୍ୟ ୧୦ ହଜାର ପାଦ ଚାଲନ୍ତି ସେମାନ ଦୀର୍ଘଜୀବି ହେବା ସହ ଆଜୀବନ ସୁସ୍ଥ ରହୁଥିବା ଜଣାପଡିଛି। ଦୈନିକ ୧୦ ହଜାର ନହେଲେ ନାହିଁ ୮ ହଜାର ପାଦ ଚାଲିବା ନିହାତି ଆବଶ୍ୟକ। ଗତବର୍ଷ କରାଯାଇଥିବା ଏକ ଅଧ୍ୟୟନରୁ ଦୈନିକ ୪ ହଜାର କଦମ ଚାଲୁଥିବା ଲୋକଙ୍କ ତୁଳନାରେ ୮ ହଜାର କଦମ ଚାଲୁଥିବା ଲୋକେ ହୃଦ ରୋଗରେ କମ୍‌ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ଏକ ଆନୁମାନିକ ହିସାବରେ ଆମେରିକା, କାନାଡା ଓ ଅନ୍ୟ ପାଶ୍ଚାତ୍ୟ ଦେଶମାନଙ୍କରେ ଲୋକେ ଦୈନିକ ହାରାହାରି ୫ ହଜାର ପାଦରୁ କମ୍‌ ଚାଲିଥାନ୍ତି।

ତେବେ ଯେଉଁମାନେ ଚଲାଚଲି କରିପାରୁ ନାହାନ୍ତି ସେମାନେ ବ୍ୟାୟାମ ମାଧ୍ୟମରେ ଏହା ପୂରଣ କରିପାରିବେ। ଏଣୁ ଏପରି ଲୋକେ ଦୈନିକ ୩୦ ମିନିଟ୍‌ ଅଥବା ସପ୍ତାହକୁ ୧୫୦ ମିନିଟ୍‌ ବ୍ୟାୟାମ କରିବା ଜରୁରି। ତେବେ ବ୍ୟାୟାମ ସହ ଦୈନିକ ଦିନଚର୍ଯ୍ୟାରେ ପାଦରେ ଚାଲିବା ଅଭ୍ୟାସ ଜାରି ରଖିୂବା ଭଲ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି।

Spread the love