ସଡକ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି

ନୂଆଦିଲ୍ଲୀ : ସଡକ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଗତ ୫ ତାରିଖ ଦିନ କେନ୍ଦ୍ରୀୟ ମୋଟର ଯାନ ନିୟମ ୧୯୮୯ ଧାରା ୧୭୫ ଅନୁଯାୟୀ ବିଜ୍ଞପ୍ତି ପ୍ରକାଶ ପାଇଛି ଯେ ଏଣିକି ଓଜନଦାର ଦ୍ରବ୍ୟ(ମାଲ) ପରିବହନ ଯାନ ଏବଂ ଯାତ୍ରୀବାହୀ ସମେତ ବିଭିନ୍ନ ଯାନର ଫିଟନେସ ପ୍ରମାଣପତ୍ର ସ୍ୱୟଂକ୍ରିୟ ବ୍ୟବସ୍ଥାରେ ହେବ।

ଏହି ବିଜ୍ଞପ୍ତି ଅନୁଯାୟୀ ଓଜନଦାର ଦ୍ରବ୍ୟ ପରିବହନକାରୀ ଏବଂ ଯାତ୍ରୀ ପରିବହନକାରୀ ଯାନଗୁଡିକର ଫିଟନେସ ପ୍ରମାଣ ପତ୍ର ସ୍ୱୟଂକ୍ରିୟ ବ୍ୟବସ୍ଥାରେ ୨୦୨୩ ଏପ୍ରିଲ ପହିଲାରୁ କରାଇବା ବାଧ୍ୟତାମୂଳକ ହେବ ।

ଅନ୍ୟ ମଧ୍ୟମ ମାଲ ପରିବହନକାରୀ, ଯାତ୍ରୀ ପରିବହନକାରୀ ଏବଂ ହାଲୁକା ପରିବହନକାରୀ ମୋଟର ଯାନ ପାଇଁ ୨୦୨୪ ମସିହା ଜୁନ ପହିଲାରୁ ଏହା ବାଧ୍ୟତାମୂଳକ ହେବ ।

Spread the love