ନଦୀରେ ଭାସୁଛି ନବଜାତର ମୃତଦେହ, ପୋଲିସ ଖୋଜୁଛି କାରଣ

ତେଲକୋଇ ୦୮।୧୦ : ନଦୀରେ ଭାସୁଛି ନବଜାତର ମୃତଦେହ । କେନ୍ଦୁଝର ଜିଲ୍ଲା ସମାକୋଇ ପୋଲ ନିକଟରେ ମୃତଦେହ ଲାଗିଥିବା ଦେଖିବାକୁ ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।   ଖବର ଅନୁଯାୟୀ, ଶନିବାର ସକାଳୁ କିଛି  ଲୋକ ନଦୀକୁ ଗାଧୋଇବାକୁ ଆସିଥିଲେ । ଏହି ସମୟରେ ନବଜାତର ମୃତଦେହ ଭାସୁଥିବାର ଦେଖିଥିଲେ । ଏହାପରେ ମୃତଦେହକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା । ସେପଟେ ଘଟଣା ସଂପର୍କରେ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ ନଦୀକୁ ମୃତଦେହ କିପରି ଆସିଲା । ସେନେଇ ତନାଘନା ଜାରି ରଖିଛି ପୋଲିସ ।

Spread the love