ସିଙ୍ଗିଲ ନେବାକୁ କାହିଁକି ମନାକଲେ ଧୋନି, ଦେଖନ୍ତୁ ଭିଡିଓ

ଗତକାଲି ମ୍ୟାଚରେ ଧୋନିଙ୍କ ଧମାକା ସ୍ୱତ୍ତ୍ୱେ ହାରିଲା ଚେନ୍ନାଇ ସୁପର କିଙ୍ଗ୍ସ । ଆଇପିଏଲର 39ତମ ମ୍ୟାଚରେ ରୟାଲ ଚାଲେଞ୍ଜର ବାଙ୍ଗାଲୋର  ମୋରାଞ୍ଚକ ଭାବେ 1 ରନରେ ଚେନ୍ନାଇକୁ ପରାସ୍ତ କରିଛି । ଏହି ମ୍ୟାଚରେ ଧୋନିଙ୍କ ଜବରଦସ୍ତ ବ୍ୟାଟିଂ ଦେଖିବାକୁ ମିଳିଥିଲା ।  ଧୋନି 48 ବଲରେ 5 ଚୌକା ଓ 7 ଛକା ମାରି 84 ରନ  ସଂଗ୍ରହ କରିଥିଲେ । ଶେଷ ଓଭରରେ ଧୋନି 24 ରନ ସଂଗ୍ରହ କରିଥିବା ବେଳେ ଦଳ ପରାଜୟ ହୋଇଥିଲା । ତେବେ ଏହି ପରାଜୟ ପଛରେ ତିନୋଟି ସିଙ୍ଗିଲ ରନ କାରଣ ବୋଲି  ଦଳ  ମ୍ୟାଚ ହାରିଲା ବୋଲି ଚର୍ଚ୍ଚା ହୋଉଛି ।

ତେବେ ଏହାର ଜବାବରେ  ଖେଳ ବିଶେଷଜ୍ଞମାନେ କହିଛନ୍ତି ପ୍ରକୃତ କଥା ସେଇଆ ନୁହେଁ । କାରଣ ଧୋନିଙ୍କ ସହ ବ୍ରାଭୋଙ୍କ ଭଳି ଧୁରନ୍ଧର ବ୍ୟାଟ୍ସ ମ୍ୟାନ ଥିଲେ ମଧ୍ୟ ସେ ତିନୋଟି ବଲର ସମ୍ମୁଖୀନ ହୋଇଥିଲେ । ସେତେବେଳେ ପରିସ୍ଥିତି ଏମିତି ଥିଲା  ଯେ   ନୂଆ ବ୍ୟାସ୍ଟ ମ୍ୟାନ ସାମ୍ନା କରିପାରିନଥାନ୍ତେ । କାରଣ ଶେଷ ଦୁଇ ଓଭରରେ 36 ରନର ଆବଶ୍ୟତା ଥିଲା । ଧୋନି ସେତେବେଳକୁ ସେଟ ହୋଇସାରିଥିଲେ । ନୂଆ ବ୍ୟାଟ୍ସମ୍ୟାନଙ୍କୁ ସୁଯୋଗ ଦେଇ ଧୋନି କୌଣସି ପ୍ରକାର ରିକ୍ସ ନେବାକୁ ଚାହୁଁନଥିଲେ ।  ଅନ୍ୟପକ୍ଷରେ ସେତେବେଳେ ସିଙ୍ଗିଲ ରନ ନୁହେଁ ଛକା ଏବଂ  ଚୌକାର ଦରକାର  ଥିଲା । ତେଣୁ ଧୋନି ସିଙ୍ଗିଲ ନେଇ ନଥିଲେ ।

Spread the love