ଭାରତର ନିଜର ଡିଜିଟାଲ୍‌ କରେନ୍ସି ବା ମୁଦ୍ରା ୨୦୨୩ରୁ ଆରମ୍ଭ

ଭାରତର ନିଜର ଡିଜିଟାଲ୍‌ କରେନ୍ସି ବା ମୁଦ୍ରା ୨୦୨୩ରୁ ଆରମ୍ଭ ହୋବା ନେଇ ଅନୁମାନ କରାଯାଉଛି । ବର୍ତ୍ତମାନ ସମୟରେ ଉପଲବ୍ଧ ବିଭିନ୍ନ କମ୍ପାନୀ ସଞ୍ଚାଳିତ ଇଲେକ୍ଟ୍ରୋନିକ୍‌ ୱାଲେଟ୍‌ ଭଳି ଏହା ହେବ । କିନ୍ତୁ ଏହା ସହିତ ସରକାରୀ ଗ୍ୟାରେଣ୍ଟି ଯୋଡ଼ି ହେବ । ଏନେଇ ଏକ ସରକାରୀ ସୂତ୍ରରୁ ଜଣାପଡ଼ିଛି ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ସପ୍ତାହରେ ଆର୍ଥିକ ବର୍ଷ ୨୦୨୨-୨୩ ର ବଜେଟ୍‌ ଉପସ୍ଥାନ କରିବା ସମୟରେ କହିଥିଲେ ଯେ ଖୁବ୍‌ଶୀଘ୍ର କେନ୍ଦ୍ରୀୟ ବ୍ୟାଙ୍କର ସମର୍ଥନରେ ଡିଜିଟାଲ୍‌ ମୁଦ୍ରା ଦେଶରେ ପ୍ରଚଳନ କରାଯିବ ।

ନାମ ଗୋପନୀୟତା ରଖି ଏକ ସୂତ୍ର ପକ୍ଷରୁ ଜଣାପଡ଼ିଛି ଯେ ରିଜର୍ଭ ବ୍ୟାଙ୍କ ଦ୍ୱାରା ପ୍ରଚଳିତ ଡିଜିଟାଲ୍‌ ମୁଦ୍ରାରେ ଭାରତୀୟ ଟଙ୍କା ଭଳି ବିଶିଷ୍ଟ ଅଙ୍କ ରହିବ । ଏହା ଫ୍ଲାଟ୍‌ ମୁଦ୍ରା ଠାରୁ ଅଲଗା ଭଳି ହେବ ନାହିଁ ବରଂ ଏକା ଭଳି ହେବ । ଏକ ପ୍ରକାର କହିବାକୁ ଗଲେ ଏହା ସରକାରୀ ଗ୍ୟାରେଣ୍ଟି ବହନ କରୁଥିବା ୱାଲେଟ୍‌ ହେବ । ଡିଜିଟାଲ୍‌ ମୁଦ୍ରା ରୁପେ ଜାରି ୟୁନିଟ୍‌ସକୁ ବର୍ତ୍ତମାନର ମୁଦ୍ରା ସହିତ ସାମିଲ୍‌ କରାଯିବ ।

କେନ୍ଦ୍ରୀୟ ବ୍ୟାଙ୍କ ଆଗାମୀ ବର୍ଷ ଶେଷ ସୁଦ୍ଧା ଏହି ଡିଜିଟାଲ୍‌ ମୁଦ୍ରାର ପ୍ରଚଳନ କରିବାକୁ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି । ରିଜର୍ଭ ବ୍ୟାଙ୍କ ଦ୍ୱାରା ବିକଶିତ ଡିଜିଟାଲ୍‌ ଟଙ୍କା ବ୍ଲାକ୍‌ଚେନ୍‌ର ସମସ୍ତ ପ୍ରକାରର ନେଣଦେଣର ହିସାବ ଦେବାରେ ସକ୍ଷମ ହେବ । ତେବେ ବର୍ତ୍ତମାନର ପ୍ରାଇଭେଟ୍‌ କମ୍ପାନୀ ଗୁଡ଼ିକର ଡିଜିଟାଲ୍‌ ମୁଦ୍ରାରେ ଏପରି ବ୍ୟବସ୍ଥା କରାଯାଇନାହିଁ ।

Spread the love