ମୁଗ ଡାଲି ହାଲଓ୍ଵା

ଆବଶ୍ୟକ ସାମଗ୍ରୀ

  • ଏକ କପ୍‌ ମୁଗ ଡାଲି
  • ଅଧା କପ୍‌ ଘିଅ
  • ଏକ କପ୍‌ କ୍ଷୀର
  • ଦେଢ଼ କପ୍‌ ଚିନି
  • ଅଧା ଛୋଟ ଚାମଚ ଅଳେଇଚ ପାଉଡର
  • ଦୁଇ ବଡ ଚାମଚ କଟା ବାଦାମ୍‌
  • ଚିମୁଟାଏ କେସର

ପ୍ରସ୍ତୁତି ପ୍ରଣାଳୀ

ମୁଗ ଡାଲି ହାଲଓ୍ଵା ବନାଇବା ପାଇଁ ସର୍ବପ୍ରଥମେ ମୁଗ ଡାଲିକୁ ଧୋଇ ତାକୁ ଅତିକମରେ ୪ ଘଣ୍ଟା ପାଇଁ ପାଣିରେ ଭିଜାଇ ରଖିଦିଅନ୍ତୁ। ୪ ଘଣ୍ଟା ପରେ ଡାଲିକୁ ବାହାର କରି ଗ୍ରାଇଣ୍ଡରରେ ବାଟି ଦିଅନ୍ତୁ।  ଏଥିରେ ଏକ ବଡ ଚାମଚ ଗରମ କ୍ଷୀର ଏବଂ କେସର ପକାଇ ଏହାକୁ ଅଲଗା ରଖିଦିଅନ୍ତୁ। ଏବେ ଏକ ନନ ଷ୍ଟିକ କଡେଇ ନିଅନ୍ତୁ ଏବଂ ସେଥିରେ କିଛି ଘିଅ ପକାଇ ଧିମା ଆଞ୍ଚରେ ଗରମ କରନ୍ତୁ। ଏବେ ଏଥିରେ ମୁଗ ଡାଲିର ମିଶ୍ରଣ ପକାଇ ମଧ୍ୟମ ଆଞ୍ଚରେ ୨୫ ମିନିଟ୍‌ ପର୍ଯ୍ୟନ୍ତ ରାନ୍ଧନ୍ତୁ।

ଯେତେବେଳେ ଡାଲିରୁ କଞ୍ଚାଅଂଶ ବାହାରିଯିବ ଏବଂ ବାସ୍ନା ଆସିବା ବନ୍ଦ ହୋଇଯିବ ସେତେବେଳେ ଜାଣନ୍ତୁ ଡାଲି ସିଝିଗଲା। ଏଥିରେ କ୍ଷୀର ଏବଂ ଏକ କପ୍‌ ଗରମ ପାଣି ମିଶାଇ ୧୦ ମିନିଟ୍‌ ପର୍ଯ୍ୟନ୍ତ ଚଲାନ୍ତୁ। ଏବେ ଚିନି ମିଶାଇ ରାନ୍ଧନ୍ତୁ। ଏହାପରେ ଏଥିରେ ଅଳେଇଚ ପାଉଡର ଏବଂ କ୍ଷୀର ମିଶାଇ କେସରକୁ ପକାଇ ଦିଅନ୍ତୁ। କିଛି ସମୟ ହାଲଓ୍ଵାକୁ ଚଲାଇବା ପରେ ଏହାକୁ ଗ୍ୟାସରୁ ତଳକୁ ଓହ୍ଳାଇ ଦିଅନ୍ତୁ। ଏବଂ କଟା ବାଦାମରେ ଗାର୍ନିସ କରି ସର୍ଭ କରନ୍ତୁ।

Spread the love