ଜୁଲାଇ ୨୯ରେ ମହରମ୍ ଛୁଟି

ଭୁବନେଶ୍ବର : ଜୁଲାଇ ୨୯ରେ (ଶନିବାର) ମହରମ୍ ପର୍ବ ପଡ଼ୁଥିବାରୁ ରାଜ୍ୟ ସରକାର ଏହି ଦିନଟିକୁ ଛୁଟି ଘୋଷଣା କରିଛନ୍ତି। ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୁଲାଇ ୨୮ (ଶୁକ୍ରବାର) ଦିନଟିକୁ ମହରମ୍ ନିମନ୍ତେ ଛୁଟି ଘୋଷଣା କରାଯାଇଥିଲା। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶିତ ପରିବର୍ତ୍ତିତ ବିଜ୍ଞପ୍ତି ଅନୁସାରେ ଜୁଲାଇ ୨୮ ତାରିଖ ପରିବର୍ତ୍ତେ ଜୁଲାଇ ୨୯ତାରିଖକୁ ଛୁଟି ଘୋଷଣା କରାଯାଇଛି। ଏହି ଘେ‌ାଷଣା ଅନୁଯାୟୀ, ଜୁଲାଇ ୨୯ରେ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ଏବଂ ରାଜସ୍ବ ଓ ମାଜିଷ୍ଟ୍ରିଆଲ କୋର୍ଟ (ଏକ୍‌ଜିକ୍ୟୁଟିଭ୍) ବନ୍ଦ ରହିବ।

Spread the love