ମୁକେଶ ଅମ୍ବାନୀ ଦେଲେ ଇସ୍ତଫା

ମୁମ୍ବାଇ : ରିଲାଏନ୍ସ ଜିଓ ଇଲଫୋକମ୍‌ର ଲିମିଟେଡ୍‌ର ନିର୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି ମୁକେଶ ଅମ୍ବାନୀ। ପୁଅ ଆାକଶ ଅମ୍ବାନୀଙ୍କୁ ଏହାର ଚେୟାରମ୍ୟାନ ଭାବେ ନିଯୁକ୍ତି ଦିଆଯାଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ୬୫ ବର୍ଷିୟ ମୁକେଶଙ୍କ ଏହି ପଦକ୍ଷେପକୁ ଏବେ ତାଙ୍କର ଉତ୍ତରାଧିକାରୀଙ୍କୁ ଦାୟିତ୍ୱ ହସ୍ତାନ୍ତର ପ୍ରକ୍ରିୟା ବୋଲି ଅର୍ଥନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି ।ଷ୍ଟକ୍‌ ଏକ୍ସଚେଞ୍ଜ୍‌କୁ ଦିଆଯାଇଥିବା ସୂଚନା ଅନୁସାରେ ରିଲାଏନ୍ସ ଜିଓ ଇଲଫୋକମ୍‌ କମ୍ପାନୀର ବୋର୍ଡ ଜୁନ୍‌ ୨୭ ତାରିଖରେ ଆକାଶ ଅମ୍ବାନୀଙ୍କ ନିଯୁକ୍ତିକୁ ସମ୍ମତି ପ୍ରଦାନ କରିଛନ୍ତି । ମୁକେଶ ଅମ୍ବାନୀ ଇସ୍ତଫା ଦେବା ପରେ ଏହା କାର୍ଯ୍ୟକାରୀ ହୋଇଥିବା କଥା ଜଣାପଡିଛି । ରମିନ୍ଦର ସିଂ ଗୁଜୁରାଲ୍‌ ଏବଂ କେଭି ଚୌଧୁରୀଙ୍କୁ ଇଣ୍ଡିପେଣ୍ଡେଟ୍‌ ଡାଇରୋକ୍ଟର ଭାବେ ନିଯୁକ୍ତି ଦିଆଯାଇଛି ।

Spread the love