ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଓଡିଶାରଚାଷୀ ଭାଇମାନଙ୍କୁ ଭଣ୍ଡାଉଛି ବିଜେଡି : ମୁକେଶ ମହାଲିଙ୍ଗ୍‌

ଭୁବନେଶ୍ୱର : ଓଡ଼ିଶାରେ ଶାସକ ଦଳ ବିଜେଡ଼ି ବାରମ୍ବାର କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଯୋଜନାରେ ମିଛ ଅଭିଯୋଗ ଆଣିବା ସହ ରାଜନୀତି କାର୍ଡ ଖେଳୁଛି ଏବଂ ଚାଷୀ ମାନଙ୍କୁ ଭଣ୍ଡାଇବାର କାର୍ଯ୍ୟ କରୁଛି, ଯାହା ଦୁଃଖ ଓ ପରିତାପର
ବିଷୟ । ବିଜେଡ଼ି ସରକାର ପ୍ରଥମେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଓଡ଼ିଶାର ଚାଷୀଙ୍କୁ ବଂଚିତ କରିଥିବା ବେଳେ ଏବେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ମିଥ୍ୟା ପ୍ରଚାର କରୁଅଛି ବୋଲି ଶୁକ୍ରବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ୍ ।
ଶ୍ରୀଯୁକ୍ତ ମହାଲିଙ୍ଗ୍ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଫସଲ  ବୀମାଯୋଜନା ଆରମ୍ଭ ହେବା ଦିନରୁ ଓଡ଼ିଶାର ପାଖାପାଖି ୧.୭ କୋଟି ଚାଷୀ ୬୦ ଲକ୍ଷ ହେକ୍ଟର ଜମି ପାଇଁ ମୋଟ ୩୫ ହଜାର ୫୨୬.୬୦ କୋଟି ଟଙ୍କାର ବୀମା କରିଛନ୍ତି । ଓଡ଼ିଶାରେ ଚାଷୀମାନଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ୭୦୨.୪୩ କୋଟି ଟଙ୍କା ପ୍ରମିୟମ ପୈଠ କରାଯାଇଛି । ପରବର୍ତୀ ସମୟରେ ୨୭.୮୮ ଲକ୍ଷ ଚାଷୀଙ୍କ ପକ୍ଷରୁ ୪୬୦୦.୭୫ କୋଟି ଟଙ୍କା ଦେବା ପାଇଁ ଆବେଦନ କରାଯାଇଛି । ଯାହା ପ୍ରିମିୟମ ଠାରୁ ୬ ଗୁଣା ଅଧିକ । ଏହି ଯୋଜନା ଅଧୀନରେ ବୀମା ପାଇଁ ଆବେଦନ କରିଥିବା ଏକ ଚତୁର୍ଥାଂଶ ଚାଷୀଙ୍କୁ ପୈଠ କରାଯାଇଛି । ଅର୍ଥାତ୍ ୪୬୦୦.୭୫ କୋଟି ଟଙ୍କା ମୂଲ୍ୟର ଆବେଦନରୁ ଚାଷୀଙ୍କୁ ୪୫୬୦.୭୪ କୋଟି ଟଙ୍କା ଦାବୀର ସମାଧାନ କରାଯାଇସାରିଛି । ଯାହା ୯୭.୭୧ ପ୍ରତିଶତ । ଏଥିରୁ ସ୍ପଷ୍ଟ ଯେ, ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଆରୋପ ଲଗାଇବାରେ କିଛି ସତ୍ୟତା ନାହିଁ । ଓଡ଼ିଶା ଚାଷୀଙ୍କ ଜଳସେଚନ ସୁବିଧା ଦେବାର ମୁଖ୍ୟ ପ୍ରସଙ୍ଗରୁ ଓହରିବାକୁ ଏବଂ ମୁହଁ ଘୋଡ଼ାଇବାକୁ ଚେଷ୍ଟା କରୁଛନ୍ତି ଦେଶରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ କୃଷି, ସହକାରିତା ଏବଂ କୃଷକ କଲ୍ୟାଣ ବିଭାଗ ଦ୍ୱାରା ୫ଟି ରାଷ୍ଟ୍ରାୟତ ସାଧାରଣ ବୀମା କମ୍ପାନୀ ସମେତ ୧୮ଟି ସାଧାରଣ ବୀମା କମ୍ପାନକୁ ସାମିଲ କରାଯାଇଛି । ରାଜ୍ୟ ଏବଂ କେନ୍ଦ୍ର ଶାସିତ ସରକାର ମାନେ ପ୍ରତିବର୍ଷ ବିଡ଼ିଂ ମାଧ୍ୟମରେ ଏହି ୧୮ଟି କମ୍ପାନୀ ମଧ୍ୟରୁ ବୀମା କମ୍ପାନୀ ଚୟନ କରନ୍ତି । ୨୦୨୦ ଖରିଫ ଋତୁ ପାଇଁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳରେ ଥିବା ସରକାରଙ୍କୁ ଦୀର୍ଘମିଆଦି ସମ୍ପର୍କ ତଥା ଭିତଭି ୂମିର ବିକାଶ ପାଇଁ ଏକ ବୀମା କମ୍ପାନୀକୁ ୩ ବର୍ଷ ପାଇଁ ଚୟନ କରିବା
ବାଧ୍ୟତାମୂଳକ । ଏହି ଯୋଜନାରେ ରାଜ୍ୟ ସରକାରମାନେ ଫସଲକୁ ଚିହ୍ନଟ କରିବା ପାଇଁ ହିଁ ବିଜ୍ଞପ୍ତି ଜାରୀ କରନ୍ତି । ୨୦୧୯-୨୦ ଆର୍ôଥକ
ବର୍ଷରେ ରାଜ୍ୟ ସରକାର ଏଚଡ଼ିଏଫସି ଇରଗୋ, ଓରିଏନଟାଲ ଇନସ୍ୟୁରାନ୍ସ, ରିଲାଇନ୍ସ ଜେନେରାଲ ଇନସ୍ୟୁରାନ୍ସ ଏବଂ ରୋୟାଲ ସୁନ୍ଦରମ ଭଳି ଏଗ୍ରିକଲଚ୍ୟୁରାଲ ଇନସ୍ୟୁରାନ୍ସ କର୍ପୋରେସନକୁ ଚୟନ କରିଥିଲେ । ରାଜ୍ୟ ସରକାର ମାନେ ହିଁ ବୀମା କମ୍ପାନୀ ଚୟନ କରନ୍ତି । ତେବେ ସସ୍ମିତ ପାତ୍ର ରାଜ୍ୟ ସରକାରଙ୍କୁ ପଚାରିବା କଥା ଯେ ଆପଣ କେଉଁ କେଉଁ କମ୍ପାନୀ ଚୟନ କରିଛନ୍ତି ସେମାନେ ଚାଷୀଙ୍କୁ ଟଙ୍କା ଦେଇପାରୁନାହାନ୍ତି ।
ମାତ୍ର ଏବେ ବିଜେଡି ସାଂସଦ ଶ୍ରୀ ସସ୍ମିତ ପାତ୍ରଙ୍କ ବିବୃତିର ମିଥ୍ୟା ଏବଂ ରାଜନୈତିକ ଏଜେଣ୍ଡା ଉପରେ ଦୃଷ୍ଟି ଦେଇଥିବା ଉଫରୋକ୍ତ ତଥ୍ୟରୁ ଦିବାଲୋକରେ ସ୍ପଷ୍ଟ ହେଉଛି । ସସ୍ମିତ ପାତ୍ର ଅନ୍ଧ ପୁଟୁଳି ବାନ୍ଧିଛନ୍ତି । ସସ୍ମିତ ପାତ୍ର କିଛି ତଥ୍ୟ ନଜାଣି ନିଜ ଦଳ ଓ ନିଜ ସରକାରଙ୍କ ଅସ୍ତିତ୍ୱକୁ ବଂଚାଇ ରଖିବା ପାଇଁ ଚେଷ୍ଟା କରୁଛନ୍ତି । ଗୋଟିଏ ପଟେ ରାଜ୍ୟ ସରକାରଙ୍କ ଅପାରଗତା ଏବଂ ଚାଷୀଙ୍କ ପ୍ରତି ସମ୍ବେଦନହୀନତା
କାରଣରୁ ଆସନ୍ନ ମରୁଡି ଅଂଚଳ ସମସ୍ୟାର ସମାଧାନ ନକରି ଖାଲି ଦିନରାତି କେନ୍ଦ୍ର ବିରୋଧରେ ଗପିବା କେତେଦୂର ଯୁକ୍ତିଯୁକ୍ତ ବୋଲି ଶ୍ରୀ ମହାଲିଙ୍ଗ୍ ପ୍ରଶ୍ନ କରିଛନ୍ତି । ବାସ୍ତବରେ ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ ସୁରକ୍ଷା ପ୍ରଦାନ କରିବା ଦିଗରେ ମୋଦି ସରକାରଙ୍କ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଏକ ଐତିହାସିକ ଯୋଜନା । ବିଶେଷ ଭାବରେ ବନ୍ୟା, ମରୁଡ଼ି, ବାତ୍ୟା ତଥା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରଭାବିତ ଚାଷୀଙ୍କୁ ଏହି ଯୋଜନାରେ ଆର୍ôଥକ ଋଣ ବା ସହାୟତା ମିଳିଥାଏ । ବିଗତ ୫ ବର୍ଷ ପୂର୍ବରୁ ୧୩ ଜାନୁଆରୀ ୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଭାରତବର୍ଷର ଚାଷୀ ମାନଙ୍କ ସ୍ୱାର୍ଥ ଓ କଲ୍ୟାଣକୁ ଦୃଷ୍ଟିରେ ରଖି ସେମାନଙ୍କୁ ଫସଲ ନଷ୍ଟ ଚିନ୍ତାରୁ ମୁକ୍ତି ଦେବା ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଭଳି ଐତିହାସିକ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାରେ ଚାଷୀ ମାନେ ଖରିଫ ଋତୁରେ ୨ ପ୍ରତିଶତ, ରବି ଋତୁ ପାଇଁ ୧.୫ ପ୍ରତିଶତ ଏବଂ ୫ ପ୍ରତିଶତ ଅର୍ଥ ଜାତୀୟ ଫସଲ କିମ୍ବା ଉଦ୍ୟାନ ଫସଲ ପାଇଁ ପ୍ରିମିୟମ୍ ଭରିବାର ନିୟମ ଥିଲାବେଳେ ଅବଶିଷ୍ଟ ପ୍ରିମିୟମ ସରକାର ଭରଣ କରୁଛନ୍ତି । ଏହି ଯୋଜନା ସମସ୍ତ ରାଜ୍ୟ, କେନ୍ଦ୍ର ଶାସିତ ଅଂଚଳର ଚାଷୀ ତଥା ଋଣୀ ଚାଷୀ, ଅଣଋଣୀ ଚାଷୀ, ଭାଗ ଚାଷୀ, ଅନ୍ୟ ଜମିରେ କାମ କରୁଥିବା ଚାଷୀ ସ୍ୱେଚ୍ଛାକୃତ ଭାବରେ ନେବା ପାଇଁ ଏହି ଯୋଜନାର ସୁବିଧା ନେବାର ନିୟମ ରହିଛି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଦେଶରେ ହେକ୍ଟର ପିଛା ଜମି ବୀମା ହାରାହାରି ମୋଟ ୧୫ ହଜାର ୧୦୦ରୁ ଏବେ ହାରାହାରି ମୋଟ ୪୦ ହଜାର ୭୦୦ ଟଙ୍କା ବୃଦ୍ଧି କରାଯାଇଛି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜିକୃତ ମୋଟ ଚାଷୀ ମାନଙ୍କ ମଧ୍ୟରୁ ୮୪ ପ୍ରତିଶତ କ୍ଷୁଦ୍ର ଏବଂ ମଧ୍ୟମ ଚାଷୀ
ସାମିଲ ଅଛନ୍ତି ବୋଲି ଶ୍ରୀ ମହାଲିଙ୍ଗ କହିଛନ୍ତି । ସାମ୍ପ୍ରତିକ ସମୟରେ ସମଗ୍ର ବିଶ୍ୱରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଚାଷୀଙ୍କ ସାମିଲ ହେବାରେ ସର୍ବବୃହତ ଫସଲ ବୀମା ଯୋଜନା ଏବଂ ପ୍ରିମିୟମରେ ତୃତୀୟ ବୃହତ ଯୋଜନା । ୨୦୧୬-୧୭ ରେ ଏହି ଯୋଜନା ଆରମ୍ଭ ହେବା ପର ଠାରୁ ଦେଶର ୨୩ କୋଟିରୁ ଅଧିକ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ପ୍ରାୟ ୨୧ କୋଟି ହେକ୍ଟର ଜମି ପାଇଁ ମୋଟ ୮.୫୩ ଲକ୍ଷ କୋଟି ଟଙ୍କା ମୂଲ୍ୟର ବୀମା କରିଛନ୍ତି । ଚାଷୀମାନେ ଏହି ଯୋଜନାରେ ବିଭିନ୍ନ ବୀମା କମ୍ପାନୀଙ୍କୁ ୧୭ ହଜାର ୫୭୭ କୋଟି ଟଙ୍କା ପ୍ରିମିୟମ ଦେଇଥିଲେ । ତେବେ ପରେ ଫସଲ ନଷ୍ଟ ପାଇଁ ବୀମା ଆକାରରେ ଆବେଦନ କରାଯାଇଥିବା ୭.୮ କୋଟି ଚାଷୀ ୯୨ ହଜାର ୮୬୨ କୋଟି ଟଙ୍କା ପ୍ରଦାନ କରିବାକୁ କ୍ଲେମ୍ କରିଛନ୍ତି । ଯାହା ଚାଷୀଙ୍କ ଦ୍ୱାରା ପୈଠ ହୋଇଥିବା ପ୍ରିମିୟମର ୫ ଗୁଣା ଅଧିକ । ଫସଲ ନଷ୍ଟ ପାଇଁ ଦାବୀ କରାଯାଇଥିବା ୯୫ ହଜାର
୪୩ କୋଟି ଟଙ୍କାରୁ ୯୨ ହଜାର ୮୬୨ ଟଙ୍କା ପ୍ରଦାନ କରାଯାଇସାରିଛି, ଯାହା ୯୭.୭୧ ପ୍ରତିଶତ ବୋଲି ଶ୍ରୀ ମହାଲିଙ୍ଗ୍ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାଲିଙ୍ଗ୍ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ହିତେଶ ମହାପାତ୍ର, ଅଶୋକ ମହାନ୍ତି ଏବଂ ସୁନିଲ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love