ବାବା ମୁକ୍ତେଶ୍ଵର ସର୍ବ ଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ସୋର, (ରଞ୍ଜିତ ମହାକୁଡ଼): ଆଜି ବାବା ମୁକ୍ତେଶ୍ଵର ସର୍ବ ଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟନୀ ଦିବସରେ ଯାଜପୁର ଇଲେଭେନ ବନାମ ୟନିକ କେଉଁଝର ସହିତ ଖେଳ ହୋଇଥିଲା। ପ୍ରଥମେ ଯାଜପୁର ଇଲେଭେନ ଟସ ଜିତି ଫିଲଡ଼ିଂ କରିବାର ନିଷ୍ପତ୍ତି ନେଇଥିଲା।  ଜାବାବ ରେ ୟନିକ କେଉଁଝର  ସମସ୍ତ ୱିକେଟ ହରାଇ ୧୫୨ ରନ ସଂଗ୍ରହ କରିଥିଲା।  ଯାଜପୁର ଇଲେଭେନ ଟିମ ସମସ୍ତ ୱିକେଟ ହରାଇ ନିର୍ଦ୍ଧାରିତ ଓଭର ରେ  ୧୩୩ ରନ୍ ସଂଗ୍ରହ କରିପାରିଲା। ଫଳରେ ୧୯ ରନ ରେ ୟୁନିକ କେଉଁଝର ବିଜୟ ଲାଭ କରିଥିଲେ। ଏହାସହ ପ୍ରଥମ ଟିମ୍ ଭାବେ ସେମିଫାଇନାଲ କୁ ଉତ୍ତୀର୍ଣ୍ଣ ହୋଇଥିବା ସୂଚନା ମିଳିଛି।

ଆଜିର ମ୍ୟାଚ୍ କୁ ମହୁମୂହାଣ ର ପୂର୍ବତନ ସରପଞ୍ଚ ଗଜେନ୍ଦ୍ର ପ୍ରସାଦ ନାୟକ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି କୃଷ୍ଣଚନ୍ଦ୍ର ପ୍ରଦାନ, ସୁରେନ୍ଦ୍ର ବେହେରା ଥିଲେ। ସ୍କୁରର ଦାୟିତ୍ଵ ରେ ଥିଲେ ଗୋପୀନାଥ ପ୍ରଧାନ, ସନ୍ତୋଷ ମହାନ୍ତି, ସତ୍ୟବ୍ରତ ସଂଖୁଆ ଭାଷ୍ଯକାର ଥିଲେ – କୈଳାସ ପ୍ରଧାନ, ବିଜୟ ଜେନା, ଜଡ଼ା ସଂଖୁଆ ଏହି ମ୍ୟାଚ୍ କୁ ପରିଚାଳନା କରିଥିଲେ।

କୈଳାସ ପ୍ରଧାନ, ବିଶ୍ୱରଞ୍ଜନ ପ୍ରଧାନ, ଅଶେଷ ପ୍ରଧାନ, ଅଗଣୀ ଜେନା, ରାଜା ବେହେରା, କମଳାକାନ୍ତ ମହାନ୍ତି, ବଳିଆ ଖୁଣ୍ଟିଆ, ଏବଂ ମୁକେଶ୍ଵର କ୍ଳବ୍ ରେ ସଭାପତି ଭ୍ରମରବର ନାୟକ ସଭପତିତ୍ବ କରିଥିଲେ.. ଉପସଭାପତି ଥିଲେ କୈଳାସ ପ୍ରଧାନ। ଆଜିର ଚିତାକର୍ଷକ ଖେଳ କୁ ସମସ୍ତ ଦର୍ଶକ ଉପଭୋଗ କରିଥିଲେ ଏବଂ ମହୁମୂହାଣ ର ସମାଜସେବୀ ଯଦୁନାଥ ନାୟକ ମହାମାରୀ କରୋନା ଏବଂ ଆସୁଥିବା ଆଉ ଏକ ଭୁତାଣୁ ଉମିକ୍ରନ୍ ଭଳି ମାରାତ୍ମକ ରୋଗ ପାଇଁ ସଚେତନତା ପାଇଁ ଆହ୍ୱାନ ଦେଇଥିଲେ।

Spread the love