ମୁଲତବୀ ପ୍ରସ୍ତାବ ଗ୍ରହଣ ନହେବାରୁ ପୁଣି ଗୃହରେ ବିରୋଧୀଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର ୯।୯: ବିଧାନସଭା ମୌସୁମୀ ଅଧିବେଶନର ଶେଷ ଦିନରେ ବି ଚାଲି ପାରିନି ପ୍ରଶ୍ନକାଳ । ମୁଲତବୀ ପ୍ରସ୍ତାବ ଗ୍ରହଣ ନହେବାରୁ ପୁଣି ଗୃହରେ ହଟ୍ଟଗୋଳ କରିଥିଲେ ବିରୋଧୀ । ଗୃହର ମଧ୍ୟ ଭାଗକୁ ଆସି ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟ ହୋହଲ୍ଲା ଓ ନାରାବାଜି କରିଥିଲେ । ଫଳରେ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।
ଉଲ୍ଲେଖଯୋଗ୍ୟ ଯେ, ଖଣି ଦୁର୍ନୀତି ପ୍ରସଙ୍ଗରେ ଆସିଥିଲା ମୁଲତବୀ ପ୍ରସ୍ତାବ । ମୁଲତବୀ ପ୍ରସ୍ତାବ ଗ୍ରହଣ ନହେବାରୁ ଗୃହ କାର୍ଯ୍ୟ ଆରମ୍ଭରୁ ହଟ୍ଟଗୋଳ କରିଥିଲେ ବିରୋଧୀ । ଗୃହର ମଧ୍ୟ ଭାଗକୁ ଆସି ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟ ହୋହଲ୍ଲା ଓ ନାରାବାଜି କରିଥିଲେ । ଫଳରେ ଗୃହକୁ ଦିନ ୧୧ଟା ୩୦ମିନିଟ୍ ଯାଏଁ ମୁଲତବୀ ରଖିଥିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ପୁର୍ନବାର ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ସମାନ ପ୍ରସଙ୍ଗ ନେଇ ଗୃହରେ ହଟ୍ଟଗୋଳ କରିଥିଲେ ବିରୋଧୀ ସଦସ୍ୟ । ଫଳରେ ପୁର୍ନବାର ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

Spread the love