ବିଧାୟକ ଗୋଟେ କଥା କହୁଛନ୍ତି ସାଂସଦ ଆଉଗୋଟେ କଥା କହୁଛନ୍ତି: ମୁନ୍ନା ଖାନ୍‌

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ମୁହଁ ଖୋଲିଲେ ମୁନ୍ନା ଖାନ୍‌ । ମାମଲା କୋର୍ଟରେ ବିଚାରଧୀନ ରହିଛି, ତେଣୁ ଏ ବିଷୟରେ କିଛି କହିବାକୁ ଚାହୁଁନାହୁଁ ବୋଲି କହିଛନ୍ତି ବିଜେଡି ସାଂସଦ । ଯଦି ଅନ୍ୟ କୌଣସି ଦଳର ଲୋକେ କିଛି କହୁଛନ୍ତି ତେବେ ସେ ଆଇନକୁ ସମ୍ମାନ ଦେବା ଜାଣି ନାହାନ୍ତି ବୋଲି କହିଛନ୍ତି ।

ପ୍ରଥମେ ବିଜେପି ନିଜର ଷ୍ଟାଣ୍ଡ କ୍ଳିଅର କରୁ । ବିଧାୟକ ଗୋଟେ କଥା କହୁଛନ୍ତି ସାଂସଦ ଅନ୍ୟ ଏକ କଥା କହୁଛନ୍ତି । ସେ କ୍ଳିଅର ହୋଇପାରୁ ନାହାନ୍ତି । ସେମାନଙ୍କର ମଧ୍ୟରେ ପ୍ରକଳ୍ପକୁ ନେଇ ଦ୍ୱନ୍ଦ୍ୱ ରହୁଛି, ତାକୁ ଦ୍ୱନ୍ଦ୍ୱ ଦୂର କରନ୍ତୁ ବୋଲି କହିଛନ୍ତି ମୁନ୍ନା ଖାନ୍‌ । ସେମାନଙ୍କ ଭିତରେ କିଛି ବିବାଦ ରହିଛି, ତେଣୁ ଜଣେ ଅନ୍ୟ ଜଣକ ଉପରେ ଦୋଷ ଲଦାଲଦି ହେଉଛନ୍ତି ବୋଲି କହିଛନ୍ତି ବିଜେଡି ସାଂସଦ ମୁନ୍ନା ଖାନ୍‌ ।
Spread the love