ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଷଡ଼ଯନ୍ତ୍ର

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା ଷଡଯନ୍ତ୍ର କରିଥିବା ନେଇ ଜଣେ ଅଜଣା ବ୍ୟକ୍ତି ଜଣଙ୍କୁ ଏକ ଇ-ମେଲ୍‌ କରିଛି।  ମୋଦୀଙ୍କ ସମେତ ଭାରତର ହଜାର ହଜାର ଲୋକଙ୍କୁ ହତ୍ୟା ପାଇଁ ୨୦ କିଲୋ ଶକ୍ତିଶାଳୀ ବିସ୍ଫୋରକ (ଆରଡିଏକ୍ସ) ରଖିଥିବା ଉକ୍ତ ବ୍ୟକ୍ତି ଜଣଙ୍କ ଦାବି କରିଛି। ଏହି ବିସ୍ଫୋରକ ମାଧ୍ୟମରେ ସେ ଦେଶର ୨୦ଟି ସ୍ଥାନରେ ବିସ୍ଫୋରଣ ଘଟାଇବାର ଯୋଜନା କରିଥିବା କହିଛି। ନିଜର ଯୋଜନାକୁ କାର୍ଯ୍ୟକାରୀ କରିବା ଲାଗି ସେ ସମ୍ପୃକ୍ତ ଗୋଷ୍ଠୀର ଲୋକଙ୍କ ସହିତ ଯୋଗାଯୋଗ କରିଛି ଯେଉଁମାନେ କି ଏହି କାର୍ଯ୍ୟ କରିପାରିବେ। ଏଥିପାଇଁ ଫେବୃଆରୀ ୨୮ରେ ସ୍ଲିପର୍‌ ସେଲ୍‌କୁ ସକ୍ରିୟ କରିଥିବା କହିଛି।ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ)ର ମୁମ୍ବାଇ ଶାଖାକୁ ଏହି ଧମକପୂର୍ଣ୍ଣ ଇମେଲ୍ ମିଳିଛି। ଏନ୍‌ଆଇଏ ଏହି ପ୍ରସଙ୍ଗରେ ତଦନ୍ତ କରିବ ବୋଲି ଗୁଇନ୍ଦା ବିଭାଗ କହିଛି। ଇମେଲ୍‌ ଟି କେଉଁଠାରୁ ଆସିଛି,କିଏ ପଠେଉଛି ତା’ ଉପରେ ତଦନ୍ତ ଚାଲିଛି। ଏହି ଧମକ ପରେ ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ଅଜଣା ବ୍ୟକ୍ତି ଜଣଙ୍କ କହିଛି ମୋଦୀ ତା’ଜୀବନକୁ ନଷ୍ଟ କରିଦେଇଛନ୍ତି, ଏଣୁ ସେ ମୋଦୀଙ୍କୁ ହତ୍ୟା କରି ପ୍ରତିଶୋଧ ନେବ।

Spread the love