କେକେଙ୍କ ବିୟୋଗ ମୃତ୍ୟୁ ନୁହେଁ ବରଂ ହତ୍ୟା କହିଲା ବିଜେପି

କୋଲକାତା: କୋଲକାତାରେ ସିଙ୍ଗର କେକେଙ୍କ ଅକାଳ ବିୟୋଗରେ ସିନେଜଗତ ଓ ଫ୍ୟାନ୍‌ମାନେ ଦୁଃଖରେ ବୁଡ଼ିଥିବା ବେଳେ  ଏହାକୁ ନେଇ ରାଜନୀତି ଜୋର ଧରିଛି। ପଶ୍ଚିମବଙ୍ଗ ବିଜେପି ଏହାକୁ ମୃତ୍ୟୁ ନୁହେଁ ବରଂ ହତ୍ୟା ବୋଲି କହି ମମତା ସରକାରକୁ ଟାର୍ଗେଟ୍ କରିଛି।କେକେଙ୍କର ବିୟୋଗରେ ଦୁଃଖ ପ୍ରକାଶ କରିବା ସହ ତାଙ୍କ ସମ୍ମାନର ତୋପସଲାମୀ ଦେଇଥିଲେ ପଶ୍ଚିମବଙ୍ଗ ସରକାର। ହେଲେ ବିଜେପି ନେତା ଦିଲ୍ଲୀପ ଘୋଷ ଏହାକୁ ହତ୍ୟା ବୋଲି କହିଥିବା ବେଳେ ରାଜ୍ୟ ବିଜେପି ମୁଖ୍ୟ ସୁକାନ୍ତ ମଜମୁଦାର ପ୍ରଶାସନ ବିଫଳତାକୁ ଦାୟୀ କରିଛନ୍ତି। ତା ସହ କାର୍ଯ୍ୟକ୍ରମ ଆୟୋଜନର ଦାୟିତ୍ୱ ନେଇଥିବା ଟିଏମ୍‌ସି ଛାତ୍ର ସଂଘକୁ ଦାୟୀ କରିଛନ୍ତି ଘୋଷ। ଗାୟକ ଅସୁସ୍ଥ ଥିଲେ ବି ତାଙ୍କୁ ଗୀତ ଗାଇବାକୁ ବାଧ୍ୟ କରାଯାଇଥିଲା ବୋଲି ଶ୍ରୀ ଘୋଷ କହିଛନ୍ତି।ଅନ୍ୟପଟେ ଗାୟକ ଓ ମ୍ୟାନେଜର ହିତେଶ ଭଟ୍ଟ କହିଛନ୍ତି ଯେ ସିଙ୍ଗର ଶୋ’ ସମୟରେ ସୁସ୍ଥ ଥିଲେ। ହେଲେ କନସର୍ଟ ପରେ ସେ ଅସୁସ୍ଥ ହୋଇଯାଇଥିଲେ। ଶବବ୍ୟବିଚ୍ଛଦ ରିପୋର୍ଟ ଅନୁସାରେ, ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି ଅପ୍ରାକୃତିକ କାରଣ ଯୋଗୁ ନୁହେଁ ବୋଲି ସେ କହିଛନ୍ତି।

Spread the love