ପୁରୀ ମଙ୍ଗଳାଘାଟରେ ଛୁରାମାଡରେ ନାବାଳିକା ଗୁରୁତର

ପୁରୀ ୧୯/୫ : ପୁରୀ ମଙ୍ଗଳାଘାଟରେ ଅଭାବନୀୟ ଘଟଣା । ଜଣେ ନାବାଳିକାକୁ ଛୁରାମାଡ ହୋଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ନାବାଳିକାକୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଭଡାଟିଆକୁ ଘରଭଡା ମାଗିବାରୁ ଭଡାଟିଆ ଆକ୍ରମଣ କରିଥିବା ଅଭିଯୋଗ । ତେବେ ଏହି ଆକ୍ରମଣରେ ନାବାଳିକା ଜଣଙ୍କ ଗୁରୁତର ହୋଇପଡିଛନ୍ତି । ଖବର ପାଇ ବାସେଳି ସାହି ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ଏପର୍ଯ୍ୟନ୍ତ କୌଣସି ଅଭିଯୁକ୍ତକୁ ଗିରଫ କରାଯାଇନି ।

Spread the love