ଶାଶୁକୁ ହତ୍ୟା କଲା ଜ୍ବାଇଁ

ପୁରୀ, ୨୩/୦୩: ପୁରୀ ବଳିଆପଣ୍ଡାରେ ହତ୍ୟାକାଣ୍ଡ । ପାରିବାରିକ କଳହକୁ କେନ୍ଦ୍ରକରି ଶାଶୁକୁ ହତ୍ୟା କଲା ଜ୍ବାଇଁ । ବିଷ ପିଇ ନିଜେ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି । ମୃତ ମହିଳା ଜଣଙ୍କ ହେଉଛନ୍ତି ବଳିଆପଣ୍ଡା ଫାଦର ସ୍କୁଲ ନିକଟରେ ରହୁଥିବା ତିଳତ୍ତମା କର‌।‌ ବିଷପିଇ ଗୁରୁତର ଆହତ ହୋଇଥିବା ବ୍ୟକ୍ତି ଜଣକ ଶକ୍ତିଧର ଦାସ । ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବଳିଆପଣ୍ଡା ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Spread the love