ଦିନ ଦ୍ୱିପ୍ରହରରେ ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର, ୧୬/୦୮: ରାଜଧାନୀରେ ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ନୟାପଲ୍ଲୀ ଅଞ୍ଚଳରେ ବ୍ରାଉନ୍‌ସୁଗାର କାରବାରକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଥିବା ଅଭିଯୋଗ ହୋଇଛି । ବ୍ରାଉନସୁଗାର ବେପାରକୁ ବିରୋଧ କରିବାରୁ ଏହି ଆକ୍ରମଣ କରାଯାଇଥିବା ଯୁବକଙ୍କ ସଂପର୍କୀୟ ଗଣମାଧ୍ୟମକୁ ଜଣାଇଛନ୍ତି । ପୂର୍ବରୁ ଅଭିଯୁକ୍ତମାନେ ଉକ୍ତ ଯୁବକଙ୍କୁ ହାଣିବା ନେଇ ଧମକ ଦେଇଥିବା ବେଳେ କାମରେ କରି ଦେଖାଇଥିବା ଗୁରୁତର ଯୁବକଙ୍କ ଭାଇ କହିଛନ୍ତି ।

ସୂଚନା ଅନୁସାରେ ଯୁବକ ଜଣକ ସାଲିଆ ସାହିର ନୀଳାଚଳ ବେହେରା ବୋଲି ଜଣାପଡ଼ିଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣକାରୀ ୬ ଜଣ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ନୟାପଲ୍ଲୀ ପୋଲିସ ଜାଣତରେ ସାଲିଆ ସାହିରେ ବ୍ରାଉନ୍‌ ସୁଗାର କାରବାର ହେଉଥିବା ସ୍ଥାନୀୟ ଲେକେ କହିଛନ୍ତି ।

Spread the love