ରାମ ମନ୍ଦିର ପଛପଟେ ପଡ଼ିଛି ମଣିଷର ଖଣ୍ଡ ବିଖଣ୍ଡିତ ଶରୀର

ଭୁବନେଶ୍ୱର: ରାଜଧାନୀରେ ଘଟିଛି ଚାଞ୍ଚଲ୍ୟ  । ରାମ ମନ୍ଦିର ପଛପଟେ ପଡିଛି ମଣିଷର ହାତ- ଗୋଡ଼  । ରାସ୍ତା ଉପରେ ମଣିଷ ଶରୀରର ଖଣ୍ଡ ବିଖଣ୍ଡିତ ଅଙ୍ଗ ପଡିଥିବା ଦେଖାଯାଇଛି । ତେବେ ଏଭଳି ଏକ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ କେମିତି ଓ କେଉଁଠୁ ଆସିଲା ମଣିଷର ଖଣ୍ଡ ବିଖଣ୍ଡିତ ଶରୀର  । ଅଳିଆ ଗଦାରେ ମଣିଷର ଖଣ୍ଡ ବିଖଣ୍ଡିତ ଶରୀର ପଡିଥିବା ସ୍ଥାନୀୟ ଅଞ୍ଚଳରେ  ଚାଞ୍ଚଲ୍ୟ ସୃଷ୍ଟି କରିଛି  ।

ତେବେ କେଉଁଠୁ ଆସିଛି ଏସବୁ ଅଙ୍ଗ ପ୍ରତ୍ୟଙ୍ଗ, କିଏ ଏଠାରେ ଆଣି ପକାଇଛି ନା ଏହାରି ପଛରେ କୌଣସି ରହସ୍ୟ ଲୁଚି ରହିଛି ତାକୁ ନେଇ ଆରମ୍ଭ ହୋଇଛି ଖୋଳତାଡ ।  ଏନେଇ ଖାରବେଳ ନଗର ପୋଲିସ୍‌ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିବା ବେଳେ ଘଟଣାର ତଦନ୍ତ କରୁଛି । ହାଡ ଗୁଡିକ ଏମ୍ସ ପଠାଯାଇ ପରୀକ୍ଷା ନିରିକ୍ଷା କରାଯିବ । ମୃତ୍ୟୁ କାରଣ ସହ ଏହା ପୁରୁଷ କି ସ୍ତ୍ରୀର ହାଡ ସେନେଇ ସ୍ପଷ୍ଟ ହେବ ।

Spread the love