ସ୍ତ୍ରୀକୁ ମାରିଲା ପରେ ଝିଅର ଗଳା କାଟିଲା

ଭୁବନେଶ୍ୱର:  ସ୍ତ୍ରୀ କୁ ମାରିଲା ଓ ପରେ ଝିଅର ଗଳା କାଟିଲା ସ୍ୱାମୀ । ଭୁବନେଶ୍ୱର ଘାଟିକିଆରେ ଘଟିଛି ଏହି ବର୍ବରୋଚିତ ଘଟଣା । ସ୍ତ୍ରୀକୁ ହତ୍ୟା କରିବା ପରେ 6 ବର୍ଷର ଝିଅର ବେକ କାଟିଛି ସ୍ୱାମୀ । ଗୁରୁତର ଅବସ୍ଥାରେ ଝିଅକୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ସ୍ୱାମୀର ନାଁ ସଂଜିତ ଦାସ ବୋଲି ଜଣାପଡିଛି । ମୃତକ ସ୍ତ୍ରୀ ହେଉଛନ୍ତି ସରସ୍ୱତୀ ଦାସ । ସେ ଜଣେ ନର୍ସ ଥିଲେ । ତେବେ ସଂଜିତ କିଛି କାର୍ଯ୍ୟ କରୁନଥିବାବେଳେ ସ୍ତ୍ରୀ ପଇସାରେ ହିଁ ଚଳୁଥିଲେ ବୋଲି କହିଛନ୍ତି ସ୍ଥାନୀୟ ଲୋକେ । ତେବେ ସଂଜିତ ପ୍ରତ୍ୟେକ ଦିନ ନିଶା ସେବନ କରୁଥିଲେ । ଅନେକାଂଶ ସମୟରେ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଝଗଡା ହେଉଥିଲା । ସେ ମଦ ପିଇ ସ୍ତ୍ରୀକୁ ବାଡାଉଥିଲେ । ତେବେ ସବୁଠୁ ସମ୍ବେଦୱଶୀଳ କଥା ହେଉଛି ମୃତ ସରସ୍ୱତୀଙ୍କର ଗତ 4 ଦିନ ତଳେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ଗତକାଲି କୌଣସି କାରଣରୁ ଦୁହିଁଙ୍କ ମଧ୍ୟରେ ବଚସା ପରେ ହତ୍ୟାକାଣ୍ଡ ଘଟିଛି ବୋଲି ସୂଚନା ରହିଛି । ଅନ୍ୟପଟେ ଘଟଣାକୁ ନେଇ ତଦନ୍ତ ଜାରି ରହିଛି । ବର୍ତ୍ତମାନ ଅଭିଯୁକ୍ତ ସ୍ୱାମୀ ଫେରାର ଥିବା ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି ।

Spread the love