ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଶ୍ରୀମନ୍ଦିର ସମ୍ମୁଖରେ ଦୀପଦାନ, ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିବାକୁ ନିବେଦନ କଲେ କୌଳିକ ପଣ୍ଡା

ପୁରୀ, ୨୫/୦୭: ଆଜି ରାଇସିନା ହିଲରେ ମହାମହିମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଦ୍ରୌପଦୀ ମୁର୍ମୁ । ଓଡିଶା ମାଟିର ଝିଅ ରାଷ୍ଟ୍ରପତି ହେବା ପରେ ସବୁଠି ଖୁସିର ମାହୋଲ । ଏହି ଅବସରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କୌଳିକ ପଣ୍ଡା ଆଜି ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ଦୀପଦାନ କରିଛନ୍ତି । ଆଗାମୀ ଦିନ ମହାମହିମଙ୍କ ନିମନ୍ତେ ଶୁଭଙ୍କର ହେବା ସହ ଓଡିଶା ତଥା ଦେଶର ମଙ୍ଗଳ ହେଉ ଏହା ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି କୌଳିକ ପଣ୍ଡା । ତେବେ ମହାମହିମ ପୁରୀ ଆସି ମହାପ୍ରଭୁଙ୍କ ନିକଟରେ ଆଶିଷ ଭିକ୍ଷା କରିବାକୁ ନିବେଦନ କରିଛନ୍ତି କୌଳିକ ପଣ୍ଡା।

Spread the love