ମୁସଲମାନ କବାଡିଵାଲାଙ୍କ ଦ୍ୱାରା ଜବରଦସ୍ତି ଲଗାଇଲେ ଜୟ ଶ୍ରୀରାମ ନାରା: ଭିଡିଓ ଭାଇରାଲ ପରେ ମାମଲା ରୁଜ୍ଜୁ

ଉଜ୍ଜେନ୨୯/୦୮ : ମଧ୍ୟ ପ୍ରଦେଶ ରେ ଜଣେ ମୁସଲମାନ କବାଡିଵାଲାଙ୍କୁ ଜୋର ଜବରଦସ୍ତ ଜୟ ଶ୍ରୀରାମ ନାରା ଲଗାଇବା ମାମଲା ସାମ୍ନାକୁ ଆସିଛି। ଏହାର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ଦୁଇଜଣ ବ୍ୟକ୍ତି ନଜର ଆସୁଛନ୍ତି। ଏହି ଦୁଇଜଣ ଜଣେ ମୁସଲମାନ ବ୍ୟକ୍ତିକୁ ଜୟ ଶ୍ରୀରାମ ନାରା ଲଗାଇବାକୁ ବାଧ୍ୟ କରୁଥିବା ଭିଡିଓରେ ନଜର ଆସିଛନ୍ତି।

ମୁସଲମାନ ବ୍ୟକ୍ତି ମନାକରିବାରୁ ଦୁଇଜଣ ତାଙ୍କୁ ଧମକ ଦେଉଥିବା ନଜର ଆସିଛନ୍ତି। ଦୁହେଁ କବାଡିଵାଲାଙ୍କୁ ପଚାରୁଛନ୍ତି ଯେ ତାଙ୍କୁ ଜୟ ଶ୍ରୀରାମ ନାରା ଲଗାଇବାରେ ଅସୁବିଧା କଣ। କିନ୍ତୁ ତାଙ୍କୁ ଧମକ ଦେବାରୁ ଶେଷରେ ଜୟ ଶ୍ରୀରାମ ନାରା ଦେଇଥିଲେ। ମାମଲା ଉଜ୍ଜେନ ଝାରଡା ଥାନା ଅଞ୍ଚଳର ବୋଲି କୁହାଯାଉଛି। ପୀଡିତ ବ୍ୟକ୍ତି ବୁଲି ବୁଲି କବାଡି ଏକାଠି କରନ୍ତି।

ଭାଇରାଲ ଭିଡିଓରେ ଦୁଇଜଣ ବ୍ୟକ୍ତି ପୀଡିତଙ୍କୁ କହୁଛନ୍ତି ଯେ, ତୁ ଆମ ଗାଁରୁ ରୋଜଗାର କରି କେମିତି ନେଇଯାଉଛୁ। ଜୟ ଶ୍ରୀରାମ କହ, ତୁ ଆମ ଗାଁକୁ କେମିତି ଆସିଲୁ, ତୋତେ ଜୟ ଶ୍ରୀରାମ କହିବାକୁ ପଡିବ। ପୀଡିତ ଜୟ ଶ୍ରୀରାମ କହିବାକୁ ତାଙ୍କୁ ସେମାନେ ଛାଡି ଦେଇଥିଲେ।

ଭିଡିଓ ଭାଇରାଲ ହେବାପରେ ପୋଲିସ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି। ପୋଲିସ କହିଛି ଯେ ଆଇପିସି ଧାରା ଅନୁସାରେ ମାମଲା ରୁଜ୍ଜୁ କରାଯାଇଛି ଓ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଶୁଜା ନାମକ ଆକ୍ଟିଭିଷ୍ଟ ସୋସିଆଲ ମିଡ଼ିଆରେ ଏହି ଭିଡିଓ ସେୟାର କରିଛନ୍ତି।

Spread the love