ସାଧୁ ବେଶରେ ୱାଣ୍ଟେଡ୍ କ୍ରିମିନାଲ୍: ୨୩ ବର୍ଷ ପରେ ଧରିଲା ପୁଲିସ

ଲମ୍ବା ଦାଢି, ମୁଣ୍ଡରେ ଜଟା, ଦେହରେ ଗେରୁଆ, ପୁରା ଜଣେ ସାଧୁ । ହେଲେ ଏ ସାଧୁ ବେଶ ପଛରେ ଲୁଚିଥିଲା ଜଣେ ୱାଣ୍ଟେଡ୍ ଅପରାଧୀ । ପୁରୁଣା ମାମଲାର ଦାଗିଙ୍କୁ ଖୋଜୁ ଖୋଜୁ ୨୩ ବର୍ଷ ପରେ ଏହି ଅପରାଧୀଙ୍କୁ ମାଡି ବସିଲା ପୁଲିସ । ହେଲେ ସାଧୁବେଶଧାରୀ ଅପରାଧୀକୁ ଧରିବାକୁ ପୁଲିସକୁ ବି ଅନେକ କସରତ୍୍ କରିବାକୁ ପଡିଥିଲା ।

ପୁରା ଘଟଣା କ’ଣ?

ପୁଲିସର ତଥ୍ୟ ମୁତାବକ, ଅପରାଧୀ ଜଣକ ହେଉଛୀ ରାକେଶ ପଣ୍ଡା । ସେ ଓଡିଶାର ଗଞ୍ଜାମ ଜିଲ୍ଲା ବାସିନ୍ଦା । ହେଲେ କାମ ସନ୍ଧାନରେ ସୁରତ ଆସି ସେଠିକାର ଶାନ୍ତିନଗର ସୋସାଇଟିରେ ଭଡାରେ ରହୁଥିଲା । ସେଠାରେ ତାର ପାଖ ଘରେ ରହୁଥିବା ଜଣେ ମହିଳାଙ୍କ ସହ ତାଙ୍କ ସମ୍ପର୍କ ଘନିଷ୍ଠ ହୋଇଥିଲା । ହେଲେ ଶାନ୍ତିଦାସ ନାମକ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ମହିଳାଙ୍କ ଘରକୁ ଅନେକ ସମୟରେ ଯିବା ଆସିବା କରୁଥିଲା । ଏହାକୁ ପସନ୍ଦ କରୁନଥିଲା ରାକେଶ ପଣ୍ଡା । ତେଣୁ ନିଜ ବନ୍ଧୁ ମାନଙ୍କ ସହ ମିଶି ଶାନ୍ତିଦାସକୁ ପ୍ରଥମେ ଅପହରଣ କରିନେଇ ତଣ୍ଟି ଚିପି ହତ୍ୟା କରିଥିଲା । ଏହାପରେ ମୃତଦେହକୁ ନାଳରେ ଭସାଇଦେଇ ଫେରାର ହୋଇଯାଇଥିଲା । ଏହି ଘଟିଥିଲା ୨୦୦୧ ରେ । ଘଟଣାକୁ ୨୩ ବର୍ଷ ହେଲାଣି । ହତ୍ୟା ପରେ ହତ୍ୟାକାରୀ ରାକେଶ ମଥୁରା ପଳାଇଥିଲା । ସେଠାରେ ବେଶ ବଦଳାଇ ଏକ ଆଶ୍ରମରେ ସାଧୁ ଭାବେ ରହିଆସୁଥିଲା । ହେଲେ ଏହା ମଧ୍ୟରେ ପୁରୁଣା ଅପରାଧର ଫାଇଲ ଖୋଲିଥିଲା ପୁଲିସ ।

Spread the love