ଜାଣନ୍ତୁ ଏଭଳି ମନ୍ଦିର ସଂପର୍କରେ, ଯାହା ପ୍ରସାଦ ପାଇଁ ବିଶ୍ୱ ବିଖ୍ୟାତ

ଦେଶରେ ଏମିତି ମନ୍ଦିର ଅଛି ଯାହାର ପ୍ରସାଦ ନାଁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କିଛି ମନ୍ଦିର ଏମିତି ଅଛି ଯେଉଁଠି ନୁଡଲ୍ସ ପ୍ରସାଦ ରୂପେ ବ୍ୟବହାର କରାଯାଏ ତ ଆଉ କେଉଁଠି ଚକୋଲେଟ୍‌। ଆଉ ଏବେ ଆମେ ଆପଣଙ୍କୁ ଏମିତି ଏକ ମନ୍ଦିର ସଂପର୍କରେ କହିବୁ, ଯେଉଁଠି ଚା’କୁ ପ୍ରସାଦ ରୂପେ ଦିଆଯାଏ।ଆଜ୍ଞା ହଁ ଆପଣ ଠିକ୍‌ ପଢ଼ିଲେ। ଏଠାରେ ଚା’କୁ ପ୍ରସାଦ ରୁପେ ଦିଆଯାଏ। ଏହି ମନ୍ଦିର ଆଉ କେଉଁଠି ନୁହେଁ ବରଂ ଭାରତରେ ରହିଛି। କେରଳର କଣ୍ଣୁର ସହରରେ ଥିବା ତାଲିପ୍ପରମ୍ବା ଠାରୁ ଏହା ୧୦ କି.ମି ଦୂରରେ ଅବସ୍ଥିତ। ଏହି ମନ୍ଦିର ନାଁ ହେଉଛି ‘ମୁଥପ୍ପନ ମନ୍ଦିର’। ଏହି ପ୍ରସିଦ୍ଧ ମନ୍ଦିର ଭାଲପଟ୍ଟନମ ନଦୀ କୂଳରେ ରହିଛି, ଯାହାର ସୌନ୍ଦର୍ଯ୍ୟ ଏବଂ ପରମ୍ପରା ସାରା ଦୁନିଆରେ ପ୍ରସିଦ୍ଧି ଲାଭ କରିଛି।

 

ଏହି ମନ୍ଦିରରେ ପ୍ରସାଦ ରୂପରେ ଚା’ ଓ ମୁଗଡାଲି ମିଳେ। ଏହି ମନ୍ଦିରରେ ମୁଥପ୍ପନଙ୍କୁ ପୂଜା କରାଯାଏ। ଇଷ୍ଟଦେବ ରୂପେ ସ୍ଥାନୀୟ ଲୋକଙ୍କ ଦ୍ୱାରା ପୂଜା ପାଆନ୍ତି। ମୁଥପ୍ପନଙ୍କୁ ଭଗବାନ ବିଷ୍ଣୁ ଏବଂ ଶିବଙ୍କର ଅବତାର ମନାଯାଏ। ଏଠାରେ ପ୍ରସାଦ ରୂପରେ ମୁଗ ଡାଲି ସହ ଚା’ ମିଳିଥାଏ।

 

ବିଶ୍ୱାସ ରହିଛି ଯେ, ମୁଥପ୍ପନ ଦେବତା ସବୁବେଳେ ଲୋକଙ୍କୁ ସବୁ ବିପଦରୁ ରକ୍ଷା କରନ୍ତି। ଏଠାକୁ ଆସୁଥିବା ପ୍ରତ୍ୟେକ ଭକ୍ତଙ୍କର ମାଗଣାରେ ପ୍ରସାଦ ସେବନ ସହିତ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ମାନ୍ୟତା ଅନୁସାରେ ଏଠାରେ ଥିବା ସମସ୍ତ ଶ୍ୱାନ (କୁକୁର)ଙ୍କୁ ଶୁଭ ବୋଲି ମନାଯାଏ କାରଣ ସେ ଭଗବାନ ମୁଥପ୍ପନଙ୍କ ବାହାନ ଅଟନ୍ତି । ଏହି ମନ୍ଦିର ତା’ର ଲୋକପ୍ରିୟ ନୃତ୍ୟ ପାଇଁ ମଧ୍ୟ ପ୍ରସିଦ୍ଧ। ଏହାର ନାଁ ହେଉଛି ଥିୟମ୍‌। ଏହା କଥକଲୀ ନୃତ୍ୟ ସହ ସମାନ।

Spread the love