ମୈସୁର ପ୍ୟାଲେସରେ ଯୋଗ କଲେ ମୋଦି

ମୈସୁର  : ଅଷ୍ଟମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକର ମୈସୁର ପ୍ୟାଲେସରେ ଯୋଗ କରିଛନ୍ତି । ତାଙ୍କ ସହ ପ୍ରାୟ ୧୫ ହଜାର ଲୋକ ଯୋଗାଭ୍ୟାସ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକର ମୈସୁର ପ୍ୟାଲେସରେ ଯୋଗ କରି ସାରା ବିଶ୍ୱକୁ ସୁସ୍ଥ ରହିବାର  ବାର୍ତା ପ୍ରେରଣ କରିଛନ୍ତି। ଦୁଇ ଦିନିଆ  କର୍ଣ୍ଣାଟକ ଗସ୍ତରେ  ଥିବା ମୋଦି ଗତକାଲି ବେଙ୍ଗାଲୁରୁରେ ପହଞ୍ଚିଥିଲେ । ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ମୋଦି କହିଛନ୍ତି, ଯୋଗ ଆମକୁ ଶାନ୍ତି ପ୍ରଦାନ କରିଥାଏ । ଏହା କେବଳ ଜଣେ ବ୍ୟକ୍ତିଙ୍କୁ ନୁହେଁ ବରଂ ଦେଶ ଓ ବିଶ୍ୱକୁ ଶାନ୍ତି ପ୍ରଦାନ କରିଥାଏ । ଯୋଗ ଜନତା ଓ ଦେଶକୁ ଯୋଡିଥାଏ । ଏହା ଆମ ସମସ୍ତଙ୍କର ସମସ୍ୟାର ସମାଧାନର ବାଟ।

Spread the love