ଭାରତୀୟ ଆକାଶରେ ରହସ୍ୟମୟ ଆଲୋକ

ନୂଆଦିଲ୍ଲୀ:  ମହାରାଷ୍ଟ୍ରର ନାଗପୁର, ଚନ୍ଦ୍ରପୁର, ଅକୋଲା ଓ ଜଲଗାଓଁ ସହ ମଧ୍ୟପ୍ରଦେଶର ଇନ୍ଦୋର, ଖରଗୋନ, ଝାବୁଆର ଅନେକ ଜିଲ୍ଲାରେ ଲୋକେ ରାତିରେ ଆକାଶରେ ଏକ ରହସ୍ୟମୟ ଆଲୋକ ଦେଖିଥିବା କହିିିଛନ୍ତି। ଏହାପରେ ଲୋକମାନଙ୍କ ମଧ୍ୟରେ ଗୁଜବ ବ୍ୟାପିଥିଲା ଯେ, ଏହା ଉଲ୍‌କା ପିଣ୍ଡ ବର୍ଷା କିମ୍ବା କୌଣସି ଉପଗ୍ରହ। ଏହି ରହସ୍ୟମୟ ଆଲୋକକୁ ଲୋକେ କ୍ୟାମେରାରେ କଏଦ କରି ସାମାଜିକ ଗଣମାଧ୍ୟମରେ ଶେୟାର ମଧ୍ୟ କରିଛନ୍ତି।  କିନ୍ତୁ ଆମେରିକୀୟ ବୈଜ୍ଞାନିକ ଜୋନାଥନ ମ୍ୟାକ୍‌ଡୋୱାଲ୍ ଟ୍ବିଟ୍‌ କରି କହିଛନ୍ତି, ଏହା ଚୀନର ରକେଟ୍‌ ଚେଙ୍ଗ୍‌ ଝେନ-୩ବି ଥିଲା। ଏହାକୁ ଗତ ବର୍ଷ ଫେବୃୟାରୀ ମାସରେ ଛଡ଼ା ଯାଇଥିଲା। ପୃଥିବୀ ଆଡ଼କୁ ଖସୁଥିବା ସମୟରେ ଏହାର କିଛି ଅଂଶ ବାୟୁମଣ୍ଡଳ ସଂସ୍ବର୍ଶରେ ଆସିବା ଫଳରେ ଜଳି ଉଠିଥିଲା। ସେ କହିଛନ୍ତି ଯେ, ମୋ ହିସାବରେ ଏହି ଉଜ୍ଜ୍ଵଳ ରେଖା ସେଇଥିରୁ ସୃଷ୍ଟି ହୋଇଛି।

Spread the love