ଆଶାରାମଙ୍କ ଆଶ୍ରମରେ ନାବାଳିକାଙ୍କ ମୃତଦେହ

ନୂଆଦିଲ୍ଲୀ ୦୮/୦୪: ଉତ୍ତରପ୍ରଦେଶର ଗୋଣ୍ଡାର ଜେଲ୍ ରେ ବନ୍ଦୀ ଥିବା ଆଶାରାମ ବାପୁଙ୍କ ଆଶ୍ରମରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଅଶାରାମଙ୍କ ଆଶ୍ରମରେ ଜଣେ ନାବାଳିକାଙ୍କ ମୃତଦେହ ମିଳିଛି । ଝିଅର ବୟସ ପ୍ରାୟ ୧୩ରୁ୧୪ ବର୍ଷ ହେବ ବୋଲି କୁହାଯାଉଛି । ଏପ୍ରିଲ ୫ରୁ ନାବାଳିକା ଜଣଙ୍କ ନିଖୋଜ ଥିଲେ । ହେଲେ ଆଜି ସକାଳୁ ଆଶ୍ରମର କାର ପାର୍କିଂ ଅଞ୍ଚଳରୁ ନାବାଳିକାର ମୃତଦେହକୁ ଉଦ୍ଧାର କରାଯାଇଛି ।

ପୋଲିସ ଆଶ୍ରମର ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିବା ବେଳେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଆଶ୍ରମରେ ମୃତଦେହ ମିଳିବା ଖବର ସାମ୍ନାକୁ ଆସିବା ପରେ ସେହି ଅଞ୍ଚଳରେ ଭୟ ଖେଳିଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ମାମଲା ସହରର କୋତୱାଲୀ ଅଞ୍ଚଳ ଅନ୍ତର୍ଗତ ଭିମୋରର ବୋଲି ଜଣାପଡ଼ିଛି । ଏଠାରେ ଆଶାରାମ ବାପୁଙ୍କ ଆଶ୍ରମ ରହିଛି।

୨୦୧୩ରେ ନିଜ ଆଶ୍ରମରେ ଜଣେ ଯୁବତୀଙ୍କୁ ବଳାତ୍କାର କରି ଆଶାରାମ ଦୋଷୀ ସାବ୍ୟସ୍ତ ହୋଇଥିଲେ। ୨୦୧୩ରୁ ଯୋଧପୁରର ସେଣ୍ଟ୍ରାଲ ଜେଲ୍ ରେ ସେ ବନ୍ଦୀ ଅଛନ୍ତି । ୨୦୧୮ରେ କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଏହାପରେ ଆଶାରାମ ଜାମିନ ପାଇଁ ଅନେକ ଥର ଆବେଦନ କରିଛନ୍ତି, କିନ୍ତୁ ପ୍ରତ୍ୟେକ ଥର ତାଙ୍କର ଉଦ୍ୟମ ବିଫଳ ହୋଇଛି।

Spread the love