ସଞ୍ଜୟ ଦାସ ବର୍ମାଙ୍କ ଦ୍ୱାରା ୨୦୦ ଶଯ୍ୟାବିଶିଷ୍ଟ ପରିବର୍ଦ୍ଧିତ ନବରଙ୍ଗପୁରଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭୂମି ପୂଜନ

ଭୁବନେଶ୍ୱର, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଂଜୟ କୁମାର ଦାସବର୍ମା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ,  ନବରଙ୍ଗପୁରଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ୧୦.୮୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୨୦୦ ଶଯ୍ୟାବିଶିଷ୍ଟ ପରିବର୍ଦ୍ଧିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭୂମି ପୂଜନ କରିଛନ୍ତି ।

ଏହି କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ, ପୂର୍ତ୍ତ ବିଭାଗ, ନବରଙ୍ଗପୁରଙ୍କ ଦ୍ୱାରା ସଂପାଦନ କରାଯିବ । ବର୍ତ୍ତମାନ ରୋଗୀଙ୍କର ଯେଉଁ ଭିଡ଼ ରହୁଥିଲା ଏବଂ ଆବଶ୍ୟକଠାରୁ ଅଧିକ ଶଯ୍ୟା ଜରୁରୀ ହେଉଥିଲା, ଏହି ୨୦୦ ଶଯ୍ୟାବିଶିଷ୍ଟ ବର୍ଦ୍ଧିତ ଚିକିତ୍ସାଳୟ  ଆଗାମୀ ଦିନରେ ନବରଙ୍ଗପୁର ଜିଲ୍ଲାବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଦେବାରେ ଅତ୍ୟନ୍ତ ସହାୟକ ହୋଇପାରିବ ବୋଲି ଶ୍ରୀ ଦାସବର୍ମା ପ୍ରକାଶ କରିଥିଲେ ।

ଭୂମି ପୂଜନ ପରେ ଚିକିତ୍ସାଳୟ ପରିସର ମଧ୍ୟରେ ବୃକ୍ଷରୋପଣ କରାଯାଇଥିଲା । ଏହାପରେ ଶ୍ରୀ ଦାସବର୍ମା ନବରଙ୍ଗପୁର ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ହିର୍ଲି ଡଙ୍ଗରୀ ପରିଦର୍ଶନ କରି ସେଠାରେ ବନ ବିଭାଗ ଦ୍ୱାରା ଯୋଗାଯାଇଥିବା ବୃକ୍ଷରୋପଣ କରିଥିଲେ ଏବଂ ଏହି ପର୍ଯ୍ୟଟନସ୍ଥଳୀକୁ କିପରି ଆହୁରି ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷଣ କଲାଭଳି ରୂପରେଖ ଦିଆଯାଇ ବିକାଶ କରାଯାଇପାରିବ ସେ ସଂପର୍କରେ ପରାମର୍ଶ ଦେଇଥିଲେ । ଏହା ପରେ ସେ ଓଡ଼ିଶା ଜୀବିକା ମିଶନ, ନବରଙ୍ଗପୁର ପରିଦର୍ଶନରେ ଯାଇ ଏହାର କାର୍ଯ୍ୟକ୍ରମ ଓ ପରିଚାଳନା ସଂପର୍କରେ ପଚାରି
ବୁଝିଥିଲେ ଏବଂ ବି.ଇ.ଡି କଲେଜସ୍ଥିତ (କୋଭିଡ୍‌-୧୯) ଚିକିତ୍ସା କେନ୍ଦ୍ର, ନବରଙ୍ଗପୁର ପରିଦର୍ଶନରେ ଯାଇ ଚିକିତ୍ସାକେନ୍ଦ୍ରର ପରିଚାଳନା ସଂପର୍କରେ ଆଲୋଚନା କରିଥିଲେ । ପରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମା ବଡ଼ମସିଗାଁ ଓ କୋଷାଗୁମୁଡ଼ାକୁ ସଂଯୋଗ କରୁଥିବା ଭାଙ୍ଗି ଯାଇଥିବା ବି୍ରଜସ୍ଥଳୀ ପରିଦର୍ଶନ କରିଥିଲେ ଓ ଲୋକଙ୍କର ଗମନାଗମନରେ ସୁବିଧା ପାଇଁ ନିର୍ମାଣାଧୀନ ଥିବା ବି୍ରଜ କାମ ତୁରନ୍ତ ସଂପୂର୍ଣ୍ଣ କରିବା ପାଇଁ ସଂପୃକ୍ତ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ, ନବରଙ୍ଗପୁର ବିଧାୟକ ଶ୍ରୀ ସଦାଶିବ
ପ୍ରଧାନୀ, ଡାବୁଗାଁ ବିଧାୟକ ଶ୍ରୀ ମନୋହର ରନ୍ଧାରି, ଝରିଗାଁ ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ମାଝୀ, ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭଗବତୀ ଭତରା, ଉପାଧ୍ୟକ୍ଷା ଶ୍ରୀମତୀ ନିବେଦିତା ମହାନ୍ତି, ଜିଲ୍ଲା ବନଖଣ୍ଡ ଅଧିକାରୀ ଶ୍ରୀ ମଗର ଧନାସି ରାଉସ୍‌, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରମାକାନ୍ତ ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ସନ୍ତୋଷ କୁମାର ନାଗ, ଉପଜିଲ୍ଲାପାଳ ଶ୍ରୀ ଭାସ୍କର ରଇତଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ ।

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମାଙ୍କ ତିନିଦିନିଆ ନବରଙ୍ଗପୁର ଗସ୍ତ ସମୟରେ ରାଇଘର, ଉମରକୋଟ, ଡାବୁଗାଁ, କୋଷାଗୁମୁଡ଼ା ବ୍ଲକ୍‌ ପରିଦର୍ଶନ କରି ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ନେଇ ମଧ୍ୟ ଜିଲ୍ଲାର ଉନ୍ନୟନମୂଳକ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ କରିଥିଲେ । ମହାମରୀ କରୋନାର ସଫଳ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ନିଆଯାଇଥିବା ବଭିନ୍ନ ପଦକ୍ଷେପ ସଂପର୍କରେ ପାଚରି ବୁଝିବା ସହ ଏହାର ସୁପରିଚାଳନା ପାଇଁ ସେ ପରାମର୍ଶ ଦେଇଥିଲେ ।

Spread the love