ବିଶ୍ୱକର୍ମା ପୂଜାରେ ଶୁଭେଚ୍ଛା ଜଣାଇଲେ ନବୀନ ଓ ଧର୍ମେନ୍ଦ୍ର

ବିଶ୍ୱକର୍ମା ପୂଜା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଭୁ ବିଶ୍ୱକର୍ମାଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିମୟ ହେଉ ବୋଲି ସେ କହିଛନ୍ତି । ନବୀନ ଟ୍ୱିଟରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ, ପ୍ରଭୁ ବିଶ୍ୱକର୍ମୀଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିମୟ ହେଉ । କାରିଗରୀ ଜ୍ଞାନ କୌଶଳରେ ଓଡିଶା ଆହୁରି ବିକଶିତ ଓ ସମୃଦ୍ଧ ହେଉ ।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଦେଶବାସୀଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ସାମାଜିକ ଗଣମାଧ୍ୟମରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସମସ୍ତ ଦେଶବାସୀଙ୍କୁ ବିଶ୍ୱକର୍ମୀ ପୂଜାର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା । ନିର୍ମାଣ ଓ ସୃଜନର ଦେବତା ବିଶ୍ୱକର୍ମୀ ସମସ୍ତଙ୍କ ଘରେ ସମୃଦ୍ଧି ଓ ସୌଭାଗ୍ୟ ଆଣିଦିଅନ୍ତୁ ।

Spread the love