ବନ୍ଦେ ଉତ୍କଳ ଜନନୀକୁ ରାଜ୍ଯ ସଙ୍ଗୀତର ମାନ୍ୟତା ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ୍ ଜଣାଇଲା ଭାଷା ଆନ୍ଦୋଳନ

ପ୍ରତିଟି ଓଡ଼ିଆର ପ୍ରାଣ-ସ୍ପନ୍ଦନ, ଓଡିଶା ଗଠନର “ସଞ୍ଜିବନୀ ମନ୍ତ୍ର” କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ପ୍ରାଣସ୍ପର୍ଶୀ ରଚନା “ବନ୍ଦେ ଉତ୍କଳ ଜନନୀ”, ସାଢ଼େ ଚାରି କୋଟି ଓଡ଼ିଆଙ୍କ ହୃଦୟକୁ ସ୍ପନ୍ଦିତ କରୁଥିଲେ ହେଁ ଏହା ଓଡ଼ିଶାର ପ୍ରାଦେଶିକ ସଂଗୀତର ସମ୍ମାନ ପାଇବାରୁ ଆଜି ଯାଏ ବଞ୍ଚିତ ଥିଲା।ବହୁବିଧ ଅବହେଳାର ଏକ ଶତାବ୍ଦୀ ପରେ ଆଜି ଏହା ଉପଯୁକ୍ତ ସମ୍ମାନର-ସୂର୍ଯ୍ୟୋଦୟ ଦର୍ଶନ କରିପାରିଛି। ଏଥିପାଇଁ ଭାଷା ଆନ୍ଦୋଳନ, ଓଡିଶା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ସାଧୁବାଦ ଜଣାଉଛି।ଏହି ଅବସରରେ ବନ୍ଦେ ଉତ୍କଳ ଜନନୀ ଗୀତି କବିତାକୁ ଉତ୍କଳ ସମ୍ମିଳନୀ ପ୍ରଥମ ଅଧିବେଶନର ଉଦ୍ଘାଟନୀ ସଙ୍ଗୀତର ମର୍ଯ୍ୟାଦା ଦେଇଥିବାରୁ ଉତ୍କଳମଣି ଗୋପବନ୍ଧୁ ଓ କୁଳବୁଦ୍ଧ ମଧୂସୁଧନ ଦାସଙ୍କ ପାଦତଳେ ପ୍ରଣତି ଜଣାଉଛୁ |ଭାଷା ଆନ୍ଦୋଳନ, ଓଡିଶା ପକ୍ଷରୁ ଅତୀତରେ ଦିଆଯାଇଥିବା ବିଭିନ୍ନ ଦାବି ଉପରେ ରାଜ୍ୟସରକାର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ବୋଲି ଆଶା ଓ ବିଶ୍ୱାସ ଉଦ୍ରେକ ହୋଇଛି। ଇତ୍ୟବସରରେ ଓଡ଼ିଶା ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟମାନଙ୍କୁ ମଧ୍ୟ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତଭାବେ ମାନ୍ୟତା ଦେବାର ଐତିହାସିକ ନିଷ୍ପତ୍ତି ନେଇଥିବା କାରଣରୁ ସାଧୁବାଦ ଜଣାଉଛୁ। ଆଜି ଟେଲିଫୋନ ମାଧ୍ୟମରେ ଭାଷା ଆନ୍ଦୋଳନର କର୍ମକର୍ତା ଭାଷା ଆନ୍ଦୋଳନର ଅଧ୍ୟକ୍ଷ ଚକ୍ରଧର ମହନ୍ତ , ସଭାପତି ପ୍ରଦ୍ୟୁମ୍ନ ଶତପଥୀ , ଆବାହକ ପବିତ୍ର ପବିତ୍ର ମହାରଥା ଙ୍କ ସମେତ ଜାନକୀଷ ବଡ଼ପଣ୍ଡା ,ସାଗର ଶତପଥୀ ,ଡ଼. ସାଗର ତ୍ରିପାଠୀ, କଳାରତ୍ନ ବଂଶୀଧର କର , ଡ଼. ଗିରିଜା ଶଙ୍କର ଶର୍ମା ,ନୀଳମଣି ମିଶ୍ର ,ଅବଦୁଲ କାଲାମ ଆଜାଦ , କୁଞ୍ଜବିହାରୀ ମହାପାତ୍ର , ରାଜେନ୍ଦ୍ର ବିଶ୍ୱାଳ ,ନବକିଶୋର ପ୍ରଧାନ , ଡମ୍ବୁରଧର ହରଣସିଂହ , ଉମା ଚରଣ ମହାନ୍ତି , ନାରାୟଣ ଖୁଣ୍ଟିଆ , ସାରଦା ମହାପାତ୍ର ,ସୌମେନ୍ଦ୍ର ମିଶ୍ର , ଋତୁରାଜ ପଟନାୟକ , ଚିତ ରଞ୍ଜନ ମିଶ୍ର , ଦାଶରଥି ଗୁମାନସିଂ , ସଂଜୀବ ପଣ୍ଡା , ଚକ୍ରଧର ତ୍ରୀପାଠୀ , ପ୍ରବୋଧ ଦାସ ,ଲଖଣ ଦାସ , ଲିଙ୍ଗରାଜ ସାହୁ ,ନିରଞ୍ଜନ ସାହୁ ,ସୂର୍ଯ୍ୟକାନ୍ତ ମହାଲି , ସୂର୍ଯ୍ୟକାନ୍ତ ସ୍ୱାଇଁ , ଅସିତ ଦାସ , ଅଂଶୁମାନ ଦାସ ,ଗୌର ପଟନାୟକ , ଉପେନ୍ଦ୍ର ନାଥ ସାମନ୍ତସିଂହାର , ଆଶିଷ ବେଵର୍ତା ଲଲାଟେନ୍ଦୁ ପାତ୍ର , ବିଜୟ ପ୍ରଧାନ ,ଶିବରାମ ମହାପାତ୍ର , ବିଜୟ ପରିଡ଼ା ପ୍ରମୁଖ ନିଜର ମତରଖି ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଥିଲେ ବୋଲି ଆବାହକ ପବିତ୍ର ମହାରଥା ଜଣାଇଛନ୍ତି |

Spread the love