ନବରାତ୍ରିର 9 ଦିନରେ ଏହି ରଙ୍ଗର ପୋଷାକ ପିନ୍ଧି ମା’ଙ୍କ ଆରଧନା କରନ୍ତୁ..

ଶନିବାର ଅର୍ଥାତ୍ ଆଜିଠାରୁ ଚୈତ୍ର ନବରାତ୍ରୀ ଆରମ୍ଭ ହୋଇଛି । ଏହି ଦିନଠାରୁ ନଅ ଦିନ ପର୍ଯ୍ୟନ୍ତ ଦେବୀ ମା’ଙ୍କୁ ପୂଜା କରାଯାଏ । ଏହି ନଅ ଦିନରେ ମା’ଙ୍କର ନଅ ଅବତାରକୁ ପୂଜାର୍ଚ୍ଚନା କରାଯାଏ । ନଅଦିନରେ ମା’ଙ୍କର 9ଟି ରଙ୍ଗ ନିର୍ଦ୍ଧାରିତ ରହିଛି । ନବରାତ୍ରିର ସମସ୍ତ ଦିନରେ ସେହି ରଙ୍ଗର ପୋଷାକ ପିନ୍ଧି ମା’ଙ୍କୁ ଆରଧନା କଲେ ଶୁଭ ହୋଇଥାଏ ବୋଲି ବିଶ୍ୱାସ ରହିଛି ।
ତେବେ ଆସନ୍ତୁ ଜାଣିବା ଏହି ନଅ ଦିନରେ କେଉଁ କେଉଁ ରଙ୍ଗ ପୋଷାକ ପିନ୍ଧିବା….

ପ୍ରଥମ ଦିନ: ନବରାତ୍ରିର ପ୍ରଥମ ଦିନରେ ମା’ଙ୍କର ଷୋଳପୁତ୍ରୀଙ୍କ ଅବତାରକୁ ପୂଜା କରାଯାଇଥାଏ । ଏହି ଦିନ ଲାଲ ରଙ୍ଗର ପୋଷାକ ପରିଧାନ କରାଯାଇଥାଏ । ଲାଲ ରଙ୍ଗ ପ୍ରେମର ପ୍ରତୀକ ବୋଲି କୁହାଯାଏ । ଏହା ବ୍ୟତୀତ ଲାଲ ରଙ୍ଗ ସମସ୍ତଙ୍କୁ ଭଲ ଦେଖାଯାଏ ।
ଦ୍ୱିତୀୟ ଦିନ:ନବରାତ୍ରିର ଦ୍ୱିତୀୟ ଦିନରେ ମା’ ବ୍ରହ୍ମଚାରିଣୀଙ୍କୁ ପୂଜା କରାଯାଇଥାଏ । ଏହି ଦିନ ନୀଳ ରଙ୍ଗର ପୋଷାକ ପିନ୍ଧନ୍ତୁ । କୁହାଯାଏ ନୀଳ ରଙ୍ଗ ଚକ୍ଷୁକୁ ଶାନ୍ତି ପ୍ରଦାନ କରିଥାଏ । ପୁରୁଷ ହେଉ କିମ୍ବା ମହିଳା ଏହି ରଙ୍ଗର ପୋଷାକ ପିନ୍ଧିଲେ ସମସ୍ତଙ୍କଠାରୁ ନିଆରା ଦେଖାଯାଇଥାନ୍ତି ।
ତୃତୀୟ ଦିନ: ମା’ଙ୍କର ଚନ୍ଦ୍ରଘଂଟା ଅବତାରକୁ ଏହି ଦିନ ପୂଜା କରାଯାଏ । ଏହି ଦିନ ହଳଦିଆ ରଙ୍ଗର ପୋଷାକ ପିନ୍ଧିବା ଶୁଭ ଅଟେ । ହଳଦିଆ ରଙ୍ଗ ପିନ୍ଧିବା ଦ୍ୱାରା ଶରୀରରେ ଏକ ପ୍ରକାରର ଶକ୍ତି ଉତ୍ପନ୍ନ ହୁଏ ବୋଲି ବିଶ୍ୱାସ ରହିଛି ।
ଚତୁର୍ଥ ଦିନ: ନବରାତ୍ରିର ଚତୁର୍ଥ ଦିନରେ ମା’ଙ୍କର କୁଶମଣ୍ଡା ଅବତାରକୁ ପୂଜା କରାଯାଇଥାଏ । ଏହି ଦିନ ସବୁଜ ରଙ୍ଗର ପୋଷାକ ପିନ୍ଧି ପୂଜା କରନ୍ତୁ । କୁହାଯାଏ ସବୁଜ ରଙ୍ଗର ପୋଷାକ ପିନ୍ଧିବା ଦ୍ୱାରା ମାନସିକ ଚିନ୍ତା କମ୍ ହୋଇଥାଏ । ଯାହା ଶରୀରକୁ ଆନନ୍ଦ ଦେଇଥାଏ ।

ପଂଚମ ଦିନ: ପଂଚମ ଦିନରେ ସ୍କନ୍ଦମାତାଙ୍କୁ ପୂଜା କରାଯାଏ । ଏହି ଦିନ ଧୂସର ରଙ୍ଗର ପୋଷାକ ପିନ୍ଧି ମାତାଙ୍କ ଆରଧନା କରନ୍ତୁ । ଧୂସର ରଙ୍ଗର ପୋଷାକ ପରିଧାନ କରିବା ଦ୍ୱାରା ସମସ୍ତ ସମସ୍ୟାର ସମାଧାନ କରିବାର ଶକ୍ତି ନିଜ ପାଖରେ ରହିଥିବା ନେଇ ଅନୁଭବ କରିହୁଏ ।
ଷଷ୍ଠ ଦିନ: ନବରାତ୍ରିର ଷଷ୍ଠ ଦିନରେ ମା’ଙ୍କର କାତ୍ୟାୟନୀ ଅବତାରକୁ ପୂଜା କରାଯାଏ । ଏହି ଦିନ ନାରଙ୍ଗୀ(କମଳା)ରଙ୍ଗର ପୋଷାକ ପିନ୍ଧନ୍ତୁ । ଏହି ରଙ୍ଗର ପୋଷାକ ପିନ୍ଧିବା ଦ୍ୱାରା ପରିବେଶରେ ସକରାତ୍ମକ ପ୍ରଭାବ ପଡିଥାଏ ।

ସପ୍ତମ ଦିନ: ନବରାତ୍ରିର ସପ୍ତମ ଦିନରେ ମା’ କାଳରାତ୍ରୀଙ୍କୁ ପୂଜା କରାଯାଏ । ଏହି ଦିନ ଧଳା ରଙ୍ଗର ପୋଷାକ ପିନ୍ଧି ପୂଜା କଲେ ଶୁଭ ହୋଇଥାଏ । ଧଳା ରଙ୍ଗ ଶାନ୍ତିର ପ୍ରତୀକ ବୋଲି କୁହାଯାଏ ।
ଅଷ୍ଟମ ଦିନ: ଅଷ୍ଟମ ଦିନରେ ମା’ ମହାଗୌରୀଙ୍କୁ ପୂଜାର୍ଚ୍ଚନା କରାଯାଏ । ଏହି ଦିନ ଗୋଲାପୀ ରଙ୍ଗର ପୋଷାକ ପିନ୍ଧନ୍ତୁ । ଏହି ରଙ୍ଗର ପୋଷାକ ପିନ୍ଧିଲେ ଆପଣ ବେଶ୍ ସୁନ୍ଦର ଦେଖାଯିବେ ।
ନବମ ଦିନ: ନବରାତ୍ରିର ନବମ ଦିନ ଅର୍ଥାତ୍ ଶେଷ ଦିନରେ ମା’ ସିଦ୍ଧିଦାତ୍ରୀଙ୍କୁ ପୂଜା କରାଯାଏ । ଏହି ଦିନ ଆକାଶୀ (ନେଭି ବ୍ଲୁ) ରଙ୍ଗର ପୋଷାକ ପିନ୍ଧିଲେ ଶୁଭ ବୋଲି ମନେ କରାଯାଏ । ଏହି ରଙ୍ଗର ପୋଷାକ ସମସ୍ତଙ୍କୁ ବେଶ୍ ମାନିଥାଏ ।

Spread the love