ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା

ବାରଙ୍ଗ ୨୩।୧୦: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଦୁଃଖଦ ଖବର । ବିରଳ ହିମାଳୟ ଅଣ୍ଡିରା ଭାଲୁ ମୋତିର ମୃତ୍ୟୁ ହୋଇଛି । ମୋତିର ମୃତ୍ୟୁ ପରେ ଏମାନଙ୍କ ସଂଖ୍ୟା ୫କୁ ଖସି ଆସିଛି ।

ଉଲ୍ଲେଖଯୋଗ୍ୟ ଯେ, ଗତ ୨୦୧୩ ମସିହା ସେପ୍ଟେମ୍ବର ମାସରେ ରାଞ୍ଚି ଚିଡିଆଖାନାରୁ ମୋତିକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଣାଯାଇଥିଲା । ଗତ ଦୁଇ ମାସ ହେଲା ମୋତି ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ଚିକିତ୍ସିତ ହେଉଥିଲା । ଚିକିତ୍ସାଧୀନ ଅବସ୍ଥାରେ ମୋତିର ମୃତ୍ୟୁ ହୋଇଛି ।

Spread the love