ନଡିଆ ଆଳୁ ପେଟିସ୍‌

ଆବଶ୍ୟକ ସାମଗ୍ରୀ : ସିଝା ଆଳୁ, ନଡିଆ ଗୁଣ୍ଡ ହୋଇଥିବା, ଚିନି, ବ୍ରେଡ ଗୁଣ୍ଡ, କାଜୁ, କିସମିସ୍‌, କର୍ନଫ୍ଲୋର, କଞ୍ଚାଲଙ୍କା, ଧନିଆପତ୍ର, ତେନ୍ତୁଳି ଚଟଣୀ, ତେଲ, ଲୁଣ ସ୍ୱାଦନୁସାରେ।

ପ୍ରସ୍ତୁତି ପ୍ରଣାଳୀ : ଇନ୍ଦୋରୀ ସ୍ୱାଦରେ ଭରପୂର ଖୋପରା ଆଳୁ ପେଟିସ ତିଆରି କରିବା ପାଇଁ ପ୍ରଥମେ ଆଳୁକୁ ସିଝାଇ ଦିଅନ୍ତୁ। ଏଥିରେ ଚେପା କାଢି ଏକ ପାତ୍ରରେ ଭଲଭାବେ ଚକଟି ଦିଅନ୍ତୁ। ଏଥିରେ ଅଳ୍ପ କର୍ନଫ୍ଲୋର ଏବଂ ଲୁଣ ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ଏବେ ଏକ ମିକ୍ସିଂ ବାଓ୍ଵଲରେ ନଡିଆଗୁଣ୍ଡ, କାଜୁ ଛୋଟ ଖଣ୍ଡ, କିସ୍‌ମିସ୍‌ ଏବଂ କଞ୍ଚାଲଙ୍କା, ଧନିଆପତ୍ର ଛୋଟ ହୋଇ କଟା ହୋଇଥିବା ପକାଇ ଭଲ ଭାବେ ମିକ୍ସ କରିଦିଅନ୍ତୁ।

ଏବେ ଆଳୁସିଝାକୁ ଅଳ୍ପ ହାତରେ ନେଇ ପୁରି ଆକାରେ କରି ତା ମଝିରେ ନଡିଆ ମିଶ୍ରଣକୁ ରଖନ୍ତୁ। ଏହାକୁ ପୁର ପିଠା ଭଳି ବନ୍ଦ କରି ବ୍ରେଡ ଗୁଣ୍ଡ ସହିତ ଗୋଳାଇବା ପରେ ତେଲରେ ଛାଣନ୍ତୁ। ୨ରୁ ୩ ମିନିଟ୍‌ ପର୍ଯ୍ୟନ୍ତ ଏହାକୁ ଛାଣିବା ପରେ କାଢିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଖୋପରା ଆଳୁ ପେଟିସ। ଏହ ଆପଣ ତେନ୍ତୁଳି ଚଟଣୀ ସହିତ ଖାଇପାରିବେ।

Spread the love