୪ ଜଣଙ୍କ ନାମରେ ମାମଲା ରୁଜୁ କଲା ED

ଭୁବନେଶ୍ୱର, ୦୨/୧୧: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ଘଟଣାରେ ଅଭିଯୁକ୍ତଙ୍କ ପାଇଁ ବଢ଼ିଲା ଅଡ଼ୁଆ । ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା ପ୍ରବର୍ତ୍ତନ ନିର୍ଦେଶଳୟ ବା ଇଡି । ଅର୍ଚ୍ଚନା ନାଗ,  ଜଗବନ୍ଧୁ ଚାନ୍ଦ, ଖଗେଶ୍ୱର ଓ ଶ୍ରଦ୍ଧାଞ୍ଜଳିଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ଇଡି । ଜଣେ ଆସିଷ୍ଟାଣ୍ଟ ଡ଼ାଇରେକ୍ଟରଙ୍କ ନେତୃତ୍ୱରେ ୫ ଜଣିଆ ଟିମ ଗଠନ କରିଛି ଇଡି । ବେଆଇନ ଆର୍ଥିକ କାରାବର ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଖୋଳତାଡ଼ କରିବ । ପୂର୍ବରୁ ସେ ସମ୍ପର୍କିତ ତଥ୍ୟ କମିଶନରେଟ ପୋଲିସ ଠାରୁ ନେଇଥିଲା ଇଡି ।

Spread the love