ନିଜ ଝିଅ ବୟସର ଅଭିନେତ୍ରୀଙ୍କ ସହ ରୋମାନ୍ସ କରିବେ ନାଗାର୍ଜୁନ

ନୂଆଦିଲ୍ଲୀ ୨୯/୧୧: ଅକ୍କିନେନି ନାଗାର୍ଜୁନ ସାଉଥର ସୁପରଷ୍ଟାର। ଫିଲ୍ମ ଇଣ୍ଡଷ୍ଟ୍ରିର ସମସ୍ତ ବରିଷ୍ଠ କଳାକାରମାନଙ୍କ ମଧ୍ୟରେ ସେ ସବୁଠାରୁ ଫିଟ୍ ଏଣ୍ଡ ଫାଇନ୍। ସେ ତାଙ୍କ ବୟସ ତୁଳନାରେ ବହୁତ ୟଂଗ ଦେଖାଯାଆନ୍ତି। ୬୦ ବର୍ଷ ବୟସ ଅତିକ୍ରମ କରିବା ପରେ ବି ସେ ପରଦାରେ ମୁଖ୍ୟ ଅଭିନେତା ଭାବରେ ନଜର ଆସୁଛନ୍ତି। ତେବେ, ଆଜିକାଲି ମେଗାଷ୍ଟାର ନିଜ ପାଇଁ ଅଭିନେତ୍ରୀ ଖୋଜିବା କଷ୍ଟକର ହୋଇପଡିଛି । ଅନେକ ସମୟ ହୋଇଗଲାଣି କିନ୍ତୁ ଏପର୍ଯ୍ୟନ୍ତ ଅଭିନେତା ଆଗାମୀ ଫିଲ୍ମ ପାଇଁ ତାଙ୍କ ହିରୋଇନ୍ ପାଇପାରି ନାହାଁନ୍ତି। ନାଗାର୍ଜୁନ ଫିଲ୍ମ ‘ଘୋଷ୍ଟ’ ପାଇଁ ଜଣେ ଫିମେଲ୍ କୋ-ଷ୍ଟାର ଖୋଜିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସୂଚନାନୁସାରେ, ନିର୍ମାତାମାନେ ଜଣେ ଅଭିନେତ୍ରୀଙ୍କୁ ଖୋଜୁଛନ୍ତି, ଯିଏକି ନାଗାର୍ଜୁନଙ୍କ ଝିଅ ପରି ଦେଖାଯାଉନଥିବେ। କିନ୍ତୁ ନିର୍ମାତାମାନେ ଏହି ସମସ୍ୟାର ସମାଧାନ ପାଇଁ କମ୍ ବୟସର ଅଭିନେତ୍ରୀଙ୍କ ସହ ମଧ୍ୟ କଥା ହୋଇଛନ୍ତି। ପ୍ରବୀଣ ସତ୍ତାରୁଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଘୋଷ୍ଟ’ରେ ନାଗାର୍ଜୁନଙ୍କ ବିପକ୍ଷରେ କାଜଲ ଅଗ୍ରୱାଲ ଚୂଡାନ୍ତ ହୋଇଥିଲେ, କିନ୍ତୁ ବ୍ୟକ୍ତିଗତ କାରଣରୁ ସେ ମନା କରିଦେଲେ।। ଏହି ସମୟରେ, ଖବର ଆସିଥିଲା ​​ଯେ କାଜଲ ଅଗ୍ରୱାଲ ଗର୍ଭବତୀ ଅଛନ୍ତି, ଯେଉଁଥିପାଇଁ ସେ ‘ଘୋଷ୍ଟ’କରିବାକୁ ମନା କରିଦେଲେ। ନିର୍ମାତାମାନେ କାଜଲଙ୍କ କଥା ଶୁଣିବା ପରେ ଅଭିନେତ୍ରୀ ଅମାଲା ପାଲଙ୍କ ନିକଟକୁ ଯାଇଥିଲେ କିନ୍ତୁ ପରେ ତାଙ୍କୁ ରିପ୍ଲେସ୍ କରି ଦିଆଗଲା ।

ଅମଲାଙ୍କ ପରେ ‘ଘୋଷ୍ଟ’ର ଟିମ୍ ମେହରୀନ କୌର ପରଜାଦାଙ୍କ ସହ ସମ୍ପର୍କ କଲେ। ଯାହା ପରେ ନାଗାର୍ଜୁନଙ୍କ ନିରାଶା ଆଶାରେ ପରିଣତ ହେଲା। ସୂଚନାନୁସାରେ, ଫିଲ୍ମରେ ନାଗାର୍ଜୁନଙ୍କ ସହ ଅଭିନୟ ପାଇଁ ମେହରୀନ୍ ନିର୍ମାତାଙ୍କଠାରୁ ଅଧିକ ଫି ଦାବି କରିଛନ୍ତି। ଏହାପୂର୍ବରୁ ନିର୍ମାତାମାନେ ଅଭିନେତ୍ରୀଙ୍କ ପରିମାଣକୁ ନେଇ ଦ୍ୱିଧାବୋଧ କରୁଥିଲେ, କିନ୍ତୁ ବର୍ତ୍ତମାନ ଖବର ପ୍ରକାଶ ପାଇଛି ଯେ ଅନେକ ନିରାଶା ପରେ ସେମାନେ ଶେଷରେ ମେହେରନଙ୍କ ଡିମାଣ୍ଡ ଗ୍ରହଣ କରିଛନ୍ତି।

Spread the love