ନଖ କାଟିବା ପଛରେ ବୈଜ୍ଞାନିକ ଧାର୍ମିକ କାରଣ

ହିନ୍ଦୁ ଧର୍ମରେ ଯେକୌଣସି କାମ କରିବା ପୂର୍ବରୁ କିଛିଟା ନିୟମ ପାଳନ କରାଯାଏ।ନଖ କାଟିବା ସ୍ୱାସ୍ଥ୍ୟ ପକ୍ଷରେ ହିତକର କିନ୍ତୁ ଏହି ନଖ କଟିବାରେ ମଧ୍ୟ କିଛିଟା ନିୟମ ରହିଛି। ଆମ ସନାତନ ଧର୍ମରେ ବିଶେଷ ଭାବରେ ନଖ କାଟିବା ପାଇଁ କିଛିଟା ନିୟମ ପାଳିତ ହୋଇଥାଏ। ଏହା କେଉଁ ପୁରୁଣା କାଳରୁ ପ୍ରଚଳିତ ଥିବା ଏହି ନିୟମ ରେ କିଛିଟା ବୈଜ୍ଞାନିକ ଓ ଧାର୍ମିକ କାରଣ ରହିିଛି।

ବୈଜ୍ଞାନିକ କାରଣ:

ଆଗକାଳରେ ବିଜୁଳି ଆଲୁଅ ନଥିବା କାରଣରୁ ନଖ କାଟିବା ପାଇଁ ମନା କରା ଯାଉଥିଲା। କାରଣ ନଖ ଖାଦ୍ୟରେ ଛିଟିକି ପଡିବା ଦ୍ୱାରା ଶରୀର ପକ୍ଷରେ କ୍ଷତି କାରକ ହୋଇପାରେ।

 ଆଗକାଳରେ ନଖ କାଟିବା ପାଇଁ ସେଭଳି କୌଣସି କଟର ନଥିଲା, ତେଣୁ ଲୋକମାନେ ତୀକ୍ଷ୍ଣ ଅସ୍ତ୍ର ବ୍ୟବହାର କରୁଥିଲେ, ଯାହାଦ୍ୱାରା କ୍ଷତ ହୋଇ ରକ୍ତ ଶ୍ରାବ ହୋଇଥାଏ।

ଧାର୍ମିକ କାରଣ:

ସନ୍ଧ୍ୟା ସମୟ ରେ ଯେତେବେଳେ ହିନ୍ଦୁ ପରିବାର ରେ ଦୀପ ଟିଏ ପ୍ରଜ୍ବଳନ ହୋଇଥାଏ ମାତା ଲକ୍ଷ୍ମୀ ପ୍ରବେଶ କରି ଥାଆନ୍ତି। କୁହାଯାଏ ଯେ ଘରେ ସୁଖ ସମୃଦ୍ଧି ଓ ଧନ ସହିତ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ତେଣୁ ରାତି ସମୟରେ ନଖ କାଟିବା,ଅଳିଆ ବାହାର କରିବା,ଋଣ ଶୁଝିବା କୁ ମନା କରାଯାଏ।

 ଅଗାଧୁଆ କଦାପି ନଖ କାଟିବା ଉଚିତ ନୁହେଁ ,କାରଣ ଏହାଦ୍ୱାରା ଘରର ବୟସ୍କ ମାନଙ୍କ ପ୍ରତି ହାନି ହୋଇଥାଏ।

 ଯେବେବି ନଖ କାଟୁଛନ୍ତି ଗାଧୋଇ ସାରି କିଛିଟା ଖାଇ ତା ପରେ ନଖ କାଟନ୍ତୁ, ଏହାଦ୍ୱାରା କୌଣସି ଅଶୁଭ ସୂଚନା ମିଳି ନଥାଏ।

 ନଖ କେବଳ ଅଣଶୁଦ୍ଧିଆ ସମୟରେ ଅଗାଧୁଆ କଟା ଯାଇଥାଏ, ଧାର୍ମିକ ମାନ୍ୟତା ଅନୁସାରେ ସେଥିପାଇଁ ଅଗାଧୁଆ ନଖ କାଟିବାକୁ ମନା କରାଯାଏ।

Spread the love