ଧରାପଡିଲେ ନକଲି ଖଣ୍ଡଗିରି ଥାନାଧିକାରି

ଚେହେରା ଅସଲି ହେଲେ ପରିଚୟ ନକଲି। ଅସଲି ପୋଲିସ ହାତରେ ନକଲି ପୋଲିସ। ଧରାପଡିଲେ ନକଲି ଖଣ୍ଡଗିରି ଥାନାଧିକାରି। ଏକ ନାବାଳିକା ଦୁଷ୍କର୍ମ ମାମଲାର ରଫାଦଫା ପାଇଁ ଏହି ଅଭିଯୁକ୍ତ ଜଣକ ନାବାଳିକାକୁ ଚାପ ପକାଉଥିଲେ। ଏପରିକି ନିଜକୁ ଖଣ୍ଡଗିରି ଇନସ୍ପେକ୍ଟର କହି ଯୁବତୀଙ୍କୁ ବିଭିନ୍ନ ମାମଲାରେ ଫସାଇଦେବାର ଧମକ ମଧ୍ୟ ଦେଉଥିଲେ। ଏପରିକି ପ୍ରେମ ବାର୍ତାଳପ ଜରିଆରେ ପ୍ରେମ ନିବେଦନ କରୁଥିଲେ।

ଏକୁଟିଆ ଭେଟିବାକୁ ପାର୍କ ପାଖକୁ ଡାକିଥିଲେ। ସନ୍ଦେହରେ ଯୁବତୀ ପୋଲିସକୁ ଯୋଗାଯୋଗ କରିଥିଲେ । ଏନେଇ ପୋଲିସ ଜଗିଥିବା ବେଳେ ଯୁବତୀକୁ ଭେଟିବା ବେଳେ ଅଭିଯୁକ୍ତ ଓ ତାର ସହଯୋଗୀକୁ ଗିରଫ କରିଛି କମିସନରେଟ ପୋଲିସ। ଏହି ଅଭିଯୁକ୍ତର ନାମ ମନୋଜ କୁମାର ମହାନ୍ତି, ଘର ଲକ୍ଷ୍ମୀସାଗର ଅଞ୍ଚଳରେ ।

ଏଥି ସହ ଏହି ମାମଲାରେ ସହଯୋଗ କରିଥିବା ଅନ୍ୟ ଅଭିଯୁକ୍ତ ରବିନ୍ଦ୍ର ସାହୁକୁ ଗିରଫ କରିଛି ପୋଲିସ।ତେବେ ସୁଚନା ମିଳିଛି ସେହି ଯୁବକ ଜଣକ ନିଜକୁ ପୁର୍ବରୁ ସାମ୍ବାଦିକର ପରିଚୟ ଦେଇ ପରିବା ବ୍ୟବସାୟିକୁ ଆକ୍ରମଣର ଅଭିଯୋଗ ରହିଛି।ତେବେ ଗିରଫ ପରେ ଆପିସିର ଧାରା ୩୫୪,୨୯୪,୫୦୬,୪୯୦,ପୋକସୋ ଓ ଆଇଟି ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରିଛି କମିସନରେଟ ପୋଲିସ ।

Spread the love