ପୂର୍ତ୍ତ ସଚିବ ନଳିନୀ ପ୍ରଧାନ ଦେଲେ ଇସ୍ତଫା

ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ ):  ସାଧାରଣ ନିର୍ବାଚନରେ ବିଜେଡି ପକ୍ଷରୁ ପ୍ରାର୍ଥୀ ହେବେ ବୋଲି ବହୁଦିନ ହେଲା ଚର୍ଚ୍ଚାରେ ଥିବା ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ ଆଜି ନିଜର ଇସ୍ତଫା ପତ୍ର ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିବା ଜଣା ପଡିଛି । ମିଳିଥିବା ସୂଚନା ଅନୁସାରେ, ପୂର୍ତ୍ତ ସଚିବ ଶ୍ରୀ ପ୍ରଧାନ ନିଜର ଇସ୍ତଫା ପତ୍ର ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ପ୍ରଦାନ କରିଛନ୍ତି ।

ସେ ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ସୁଚନାଯୋଗ୍ୟ ଯ଼େ ପୂର୍ତ୍ତ ସଚିବ ଶ୍ରୀ ପ୍ରଧାନଙ୍କ କାର୍ଯ୍ୟକାଳ ୨୦୧୮ ମାର୍ଚ୍ଚ ମାସରେ ଶେଷ ହୋଇଥିଲା । ସେ ସରକାରୀ ଚାକିରୀରୁ ଅବସର ନେଇଥିଲେ ମଧ୍ୟ ସେତେବେଳେ ରାଜ୍ୟ ସରକାର ୨୦୧୯ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରିଥିଲେ । ମାତ୍ର ମାସକ ପୂର୍ବରୁ ସେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଶ୍ରୀ ପ୍ରଧାନଙ୍କୁ ଆଗାମୀ ନିର୍ବାଚନରେ ବିଜେଡି , ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଇ ଆସୁଥିଲା । ଶ୍ରୀ ପ୍ରଧାନଙ୍କ ଇସ୍ତଫା ପରେ ଏହା ଏକପ୍ରକାର ନିଶ୍ଚିତ ଭଳି ଲାଗୁଛି

Spread the love