ମଇଦାନରେ ନଣନ୍ଦ-ଭାଉଜ ଟକ୍କର

କାଶୀନଗର : କାଶୀନଗର ବ୍ଲକ କେ ସୀତାପୁର ପଞ୍ଚାୟତରେ ଭାଉଜ ଓ ନଣନ୍ଦ ସମିତି ସଭ୍ୟ ପଦଲାଗି ମୁହାଁମୁହିଁ ହୋଇଛନ୍ତି। କେ, ସୀତାପୁର ପଞ୍ଚାୟତ ରାଜନୈତିକ ଦୃଷ୍ଟି କୋଣରୁ ଅନ୍ୟ ପଞ୍ଚାୟତ ଠାରୁ ଭିନ୍ନ। ଏକଦା ଏହି ପଞ୍ଚାୟତକୁ ଦାରାପୁ ପରିବାର ନିଜ କବ୍‌ଜାରେ ରଖିଆସୁଥିଲେ। ତେବେ ଚଳିତ ନିର୍ବାଚନରେ ଏହି ପଞ୍ଚାୟତର ସମିତିସଭ୍ୟ ପଦ ପାଇଁ ଏହି ପରିବାର ନଣନ୍ଦ ଓ ଭାଉଜ ପ୍ରତିଦ୍ବନ୍ଦିତା କରୁଥିବା ଜଣାପଡ଼ିଛି। ନଣନ୍ଦ ଦାରାପୁ ଅର୍ଚ୍ଚନାଙ୍କୁ ବିଜେପି ପ୍ରାର୍ଥୀ କରିଥିବା ବେଳେ ସେପଟେ ଭାଉଜ ବାଲା ସାୟମ୍ମା ବିଜେଡି ସମର୍ଥିତ ପ୍ରାର୍ଥୀ ହୋଇଛନ୍ତି।

Spread the love