ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥିଙ୍କ ଷୋଡଶ ତମ ଶ୍ରାଦ୍ଧବାର୍ଷିକ

ଭୁବନେଶ୍ୱର ୦୪।୦୮: ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥିଙ୍କ ଆଜି ହେଉଛି ଷୋଡଶ ତମ ଶ୍ରାଦ୍ଧବାର୍ଷିକ l ଏହି ଅବସରରେ  ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ରାଜଭବନ ନିକଟସ୍ଥ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି । ବିଧାୟକ ଶଶୀଭୁଷଣ ବେହେରା ଓ ପ୍ରଫୁଲ୍ଲ ସାମଲ ଙ୍କ ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ରହି ନନ୍ଦିନୀ ଶତପଥିଙ୍କ ସ୍ମୃତିଚାରଣ କରିଥିଲେ l

ତେବେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ତଥା ଜଣେ ଲେଖିକା ଥିଲେ  ନନ୍ଦିନୀ ଶତପଥୀ। ସେ ଓଡ଼ିଶାର ଲୌହମାନବୀ ରୂପେ ସୁପରିଚିତ। ] ସେ ଦୁଇଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ । ୧୯୭୨ରୁ ୧୯୭୩ ଓ ୧୯୭୪ରୁ ୧୯୭୬ ମସିହାରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଯାହାଙ୍କ ଷୋଡଶ ତମ ଶ୍ରାଦ୍ଧବାର୍ଷିକରେ ସାରା ଦେଶ ତାଙ୍କୁ ମନେ ପକାଇଛି ।

Spread the love